Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସୀମାରେ ଚୀନର ସବୁ ଚାଲ ଉପରେ ନଜର ରଖିଛି ଭାରତୀୟ ସେନା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସୀମାରେ ଚୀନର ସବୁ ଚାଲ ଉପରେ ନଜର ରଖିଛି ଭାରତୀୟ ସେନା

ନୂଆଦିଲ୍ଲୀ : ପୁଣି ସାମ୍ନାକୁ ଆସିଲା ଡ୍ରାଗନର ଚାଲାକି । ତୱାଙ୍ଗ ସେକ୍ଟରରେ ସଂଘର୍ଷ ପରେ ଏଲଏସିରେ ସୈନ୍ୟ ବଢ଼ାଉଛି ଚୀନ୍ । ଅରୁଣାଚଳ ପ୍ରଦେଶର ନା-ନୁକୁର ପରେ ତୱାଙ୍ଗ ଓ ୱଲାଙ୍ଗ ପଏଣ୍ଟରେ ଅତିରିକ୍ତ ଯବାନ ମୁତୟନ କରୁଛି ଚୀନ୍ ପ୍ରତିରକ୍ଷା ବିଭାଗ । ଚୀନର ସମସ୍ତ ପ୍ରକାର ·ଲ୍କୁ ପଣ୍ଡ କରିବାକୁ ପ୍ରସ୍ତୁତ ରହିଛି ଭାରତୀୟ ସେନା । ଚୀନର କଥା ଗୋଟିଏ କାମ ଅଲଗା । ଏଲଏସିରେ ଡ୍ରାଗନର ଦୋମୁହାଁ ନୀତି । ଅରୁଣାଚଳ ସୀମାରେ ଉପରେ କୋପ -ଦୃଷ୍ଟି ପକାଉଛି ପିଏଲଏ । ସୀମାରେ ସୈନ୍ୟ ଗତିବିଧି କମାଇବା ବଦଳରେ ବଢାଇବାରେ ଲାଗିଛନ୍ତି ସି ଜିଙ୍ଗପିଙ୍ଗ । ସିକିମ୍ ଓ ଅରୁଣାଚଳ ଏଲଏସିରେ ଚୀନ୍ ପ୍ରତିରକ୍ଷା ବିଭାଗ ଅତିରିକ୍ତି ସୈନ୍ୟ ମୁତୟନ କରୁଛି । ନା-ନୁକୁର ପରେ ତୱାଙ୍ଗ ଓ ୱଲାଙ୍ଗ ପଏଣ୍ଟରେ ଆବଶ୍ୟକତା ଠାରୁ ଅଧିକ ସେନା ମୁତୟନ କରି ସୀମାରେ ଉତ୍ତେଜନା ବଢ଼ାଇବାକୁ ଉଦ୍ୟମ କରୁଛି । ସିକିମର ୨୦୦କିମି ଓ ଅରୁଣାଚଳ ପ୍ରଦେଶର ୧୧୨୬କିମି ସୀମାରେ ପ୍ରାୟ ୪୫୦୦ ଯବାନ, ତୋପଖାନ ସହିତ ଅତିରିକ୍ତ ବ୍ରିଗେଡ୍ ମୁତୟନ କରିବା ଜାରି ରଖିଛି । ଚୀନ ଏଲଏସିରେ ନିଜର ଦବଦବା ଜାରି କରିବାକୁ ଉଦ୍ୟମ କରିବାକୁ ଚେଷ୍ଟା କରୁଛି ୟ ପିଏଲଏର ଗୋଟିଏ ଟ୍ରୁପ୍ ସିଲିଗୁଡ଼ି କରିଡୋର ପାର୍ କରିକି ଚୁମ୍ବି ଘାଟିରେ ମୁତୟନ କରିଛି । ଏହି ପରି ଅନ୍ୟ ଏକ ଦଳ ତୱାଙ୍ଗ କୌନା କାଉଣ୍ଟିରେ ଏବଂ ଅରୁଣାଚଳ ପ୍ରଦେଶର ୱଲାଙ୍ଗ ସେକ୍ଟରରେ ନିୟୋଜିତ ହୋଇଛନ୍ତି । ସୀମାରେ ଚୀନର ସବୁ ·ଲ ଉପରେ ନଜର ରଖିଛି ଭାରତୀୟ ସେନା । ସମସ୍ତ ·ଲକୁ ପଣ୍ଡ କରିବାକୁ ସୁରକ୍ଷାବଳ ପ୍ରସ୍ତୁତ ହୋଇ ରହିଛି ବୋଲି ପ୍ରତିରକ୍ଷା ବିଶେଷ ମତ ରଖିଛନ୍ତି ।

Leave a Reply