Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଡିସେମ୍ବର ମାସରେ ମାସିକ ରେକର୍ଡ କାର୍ଗୋ ପରିବହନ କରିଛି ପାରାଦୀପ ବନ୍ଦର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଡିସେମ୍ବର ମାସରେ ମାସିକ ରେକର୍ଡ କାର୍ଗୋ ପରିବହନ କରିଛି ପାରାଦୀପ ବନ୍ଦର

ଭୁବନେଶ୍ୱର : ପାରାଦୀପ ବନ୍ଦର ପାଇଁ ନୂଆବର୍ଷ ୨୦୨୩ର ଆଗମନ ବେଶ ଉତ୍ସାହର ସହ ହୋଇଛି । ଟିମ ପିପିଏ କାର୍ଗୋ ପରିବହନ କ୍ଷେତ୍ରରେ ଦେଶର ସମସ୍ତ ପ୍ରମୁଖ ବନ୍ଦରର କାର୍ଗୋ ପରିବହନ ଇତିହାସ ତୁଳନାରେ ଡିସେମ୍ବର ମାସରେ ସବୁଠାରୁ ଅଧିକ କାର୍ଗୋ ପରିବହନ କରି ୨୦୨୨କୁ ବିଦାୟ ଦେଇଛି । ଉଲ୍ଲେଖଯୋଗ୍ୟ ଯେ, ଡିସେମ୍ବର ୨୦୨୨ରେ ପାରାଦୀପ ବନ୍ଦରରୁ ରେକର୍ଡ ୧୨.୬ ଏମଏମଟି କାର୍ଗୋ ପରିବହନ ହୋଇଛି । ପିପିଏ ଅଧ୍ୟକ୍ଷ ପିଏଲ ହରନାଧ ଏହି ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଟିମ ପିପିଏକୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ନୂଆବର୍ଷ ୨୦୨୩ ରେ ବନ୍ଦର ୧୦୦ ଏମଏମଟି କାର୍ଗୋ ପରିବହନ ଲକ୍ଷ୍ୟ ଅତିକ୍ରମ କରିବାକୁ ପ୍ରସ୍ତୁତ ହୋଇଛି । ଚଳିତ ଆର୍ଥôକ ବର୍ଷରେ ମଧ୍ୟ ବନ୍ଦର ୧୨୫ ଏମଏମଟିରୁ ଅଧିକ କାର୍ଗୋ ପରିବହନ ରେକର୍ଡ ହାସଲ ପାଇଁ ଲକ୍ଷ୍ୟ ରଖିଛି । ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ପିପିଏ ୯୬.୮୧ ଏମଏମଟି କାର୍ଗୋ ପରିବହନ କରିଥିଲା । ସୂଚନାଯୋଗ୍ୟ ଗତ ଆର୍ଥôକ ବର୍ଷର ସମାନ ଅବଧି ମଧ୍ୟରେ ୮୩.୬ ଏମଏମଟି କାର୍ଗୋ ପରିବହନ ହୋଇଥିଲା । ଚଳିତ ବର୍ଷ ବନ୍ଦରରେ ଅନେକ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି, ଯାହାଦ୍ୱାରା ଗତ ବର୍ଷ ତୁଳନାରେ ୧୫.୫ ପ୍ରତିଶତ ବୃଦ୍ଧି ରେକର୍ଡ ହୋଇଛି । ଉପକୂଳ ତାପଜ କୋଇଲା ପରିବହନ କ୍ଷେତ୍ରରେ ଗତ ଆର୍ଥôକ ବର୍ଷ ତୁଳନାରେ ୬୮.୧୧ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି ଏବଂ ଏହା ବନ୍ଦରରୁ ପରିବହନ ହୋଇଥିବା ସମୁଦାୟ କାର୍ଗୋର ପ୍ରାୟ ୩୧.୫୬ ପ୍ରତିଶତ ଥିଲା । ପାରାଦୀପ ବନ୍ଦର ଦେଶର ଉପକୂଳ ନୌପରିବହନ କେନ୍ଦ୍ର ଭାବେ ଉପସ୍ଥିତି ଜାହିର କରିବାରେ ଲାଗିଛି ଏବଂ ଏଥିରେ ରାଜସ୍ଥାନ, ଉତର ପ୍ରଦେଶ ଓ ହରିଆଣା ସ୍ଥିତ ତାପଜ ବିଦ୍ୟୁତ କେନ୍ଦ୍ରଗୁଡିକରେ ସାମୁଦ୍ରିକ ପଥରେ କୋଇଲା ପହଂଚାଇବା ଯୋଜନା ମଧ୍ୟ ସାମିଲ ରହିଛି ।

Leave a Reply