Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶିକ୍ଷା ସମସ୍ୟା ନେଇ ଜାନୁଆରୀରେ ଏବିଭିପିର ଆନ୍ଦୋଳନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶିକ୍ଷା ସମସ୍ୟା ନେଇ ଜାନୁଆରୀରେ ଏବିଭିପିର ଆନ୍ଦୋଳନ

ଆସିକା : ଏବିଭିପି ଓଡିଶାର ୪୭ ତମ ରାଜ୍ୟ ଅଧିବେଶନ ଚଳିତ ୨୩, ୨୪ ଓ ୨୫ ଡିସେମ୍ବର ଅନୁଗୁଳ ଶିଶୁ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଛାତ୍ରନେତାମାନେ ଯୋଗ ଦେଇଥିଲେ । ଓଡ଼ିଶାରୁ ୧୭୭ ମହାବିଦ୍ୟାଳୟର ୨୫୭ ଛାତ୍ରୀ, ୪୩୬ ଛାତ୍ର ଓ ୨୧ ଅଧ୍ୟାପକ ଉପସ୍ଥିତ ଥିଲେ । ଅନ୍ତର୍ଜାତୀୟ ଖ୍ୟାତନାମା କ୍ରିୟାଯୋଗୀ ପରମପୂଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କୋରାପୁଟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଯାଜ୍ଞବଳ୍କ ଶୁକ୍ଳ ଜୀ, ରାଷ୍ଟ୍ରୀୟ ସମ୍ପାଦକ ବିରାଜ ବିଶ୍ୱାସ ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାର୍ଥୀ ପରିଷଦର ୭୫ ବର୍ଷର ଯାତ୍ରା ସଂପର୍କରେ ବର୍ଣ୍ଣନା କରି ରାଷ୍ଟ୍ରୀୟ ସହ ସଙ୍ଗଠନ ମନ୍ତ୍ରୀ ଗୋବିନ୍ଦ ନାୟକ ରାଜ୍ୟର ଶିକ୍ଷା ବ୍ୟବସ୍ଥାର ଦୟନୀୟ ସ୍ଥିତି ଉପରେ ଆଲୋଚନା କରିଥିଲେ । ରାଜ୍ୟରେ ରାଷ୍ଟ୍ରୀୟ ଶିକ୍ଷାନୀତିକୁ ପ୍ରଣୟନ କରିବା ନିମିତ ଶିକ୍ଷାର ଭିତିଭୂମିକୁ ସୁଦୃଢ କରିବା ପାଇଁ ପ୍ରସ୍ତାବ ଦେବା ସହ ରାଜ୍ୟର ସାମାଜିକ ସ୍ଥିତି ଉପରେ କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା । ରାଜ୍ୟର ଆର୍ଥିକ ସମୃଦ୍ଧି ପାଇଁ ଖଣିଜ ସମ୍ପଦର ସୁବିନିଯୋଗ ନିମନ୍ତେ ଏକ ପ୍ରସ୍ତାବ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା । ଆଗାମୀ ଦିନରେ ଏହି ସବୁ ବିଷୟକୁ ନେଇ ବିଦ୍ୟାର୍ଥୀ ପରିଷଦ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବା ସହ ଏହାର ସମାଧାନ ନ ହେଲେ ଆନେ୍ଦାଳନ କରିବ ବୋଲି ନିଷ୍ପତି ହୋଇଛି । ଆସନ୍ତା ୧୨ ତାରିଖରୁ ୩୦ ମଧ୍ୟରେ ଓଡିଶାର ସମସ୍ତ ଜିଲ୍ଲାରେ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହେବ । ୨୦୦୦ରୁ ଅଧିକ ସଂଖ୍ୟାରେ ବିଦ୍ୟାର୍ଥୀଙ୍କ ଦ୍ୱାରା ଶିକ୍ଷା ବ୍ୟବସ୍ଥା ଓ ସ୍ଥାନୀୟ ସମସ୍ୟାକୁ ନେଇ ଆନେ୍ଦାଳନ ସହ ସ୍ଥାନୀୟ ପ୍ରଶାସନ ମାଧ୍ୟମରେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ । ସମ୍ବଲପୁରରେ ୧୪, ୧୫ ଓ ୧୬ ତାରିଖରେ ଅନ୍ତଃରାଜ୍ୟ ଜୀବନ୍ ଦର୍ଶନ କାର୍ଯ୍ୟକ୍ରମ ମାଧ୍ୟମରେ ପୂର୍ବୋତର ୭ ରାଜ୍ୟରୁ ବିଦ୍ୟାର୍ଥୀମାନେ ଓଡିଶା ଆସିବେ ଓ ଏଠାକାର କଳା ସଂସ୍କୃତି ବିଷୟରେ ଜାଣିବେ । ରାଜ୍ୟ ଅଧିବେଶନରେ ଆଗାମୀ ଶିକ୍ଷା ବର୍ଷ ପାଇଁ ରାଜ୍ୟ ସଭାପତି ଭାବେ ଅଧ୍ୟାପିକା ଗାର୍ଗୀ ବାନାର୍ଜୀ ଓ ସମ୍ପାଦକ ରୂପେ ଅରିଜିତ ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି । ଉପସଭାପତି ଭାବେ ଅଧ୍ୟାପକ ସୌମେନ୍ଦ୍ର ସ୍ୱାଇଁ, ଅଜିତ ଦଳାଇ, ଡ. ସଞ୍ଜୟ ମହାନ୍ତି, ଶିବ ପ୍ରସାଦ ସାହୁ, ସମ୍ପାଦକ ଭାବେ ବିଜୟ କଟଲା, ଦୀପ୍ତିମୟି ପ୍ରତିହାରୀ, ଶ୍ୱେତାଂଶୁ ବରାଇ, ସ୍ୱାଗତ କୁମାର ତ୍ରିପାଠୀ, ସଞ୍ଜନା କହ୍ନର, ଅଭିରାମ ଲେଙ୍କାଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ଘୁମୁସର ଜିଲ୍ଲାରୁ ରାଜ୍ୟ ସହ ସମ୍ପାଦକ ଭାବେ ସ୍ୱାଗତ କୁମାର ତ୍ରିପାଠୀ, ରାଜ୍ୟ ସୋସିଆଲ ମିଡିଆ ସଂଯୋଜକ ପ୍ରତୁ୍ୟଷ ରଞ୍ଜନ ଦାସ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସାଇଶ୍ୱରୀ ରଥ, କାହ୍ନୁ ଜେନା ପ୍ରମୁଖ ଦାୟିତ୍ୱ ପାଇଛନ୍ତି । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନା ଜେନା, ଘୁମୁସର ଜିଲ୍ଲା ସଂଯୋଜକ ଅନିଲ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply