Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କାଶ୍ମୀର ହିନ୍ଦୁଙ୍କ ଉପରେ ବଢୁଛି ଆତଙ୍କୀ ଆକ୍ରମଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କାଶ୍ମୀର ହିନ୍ଦୁଙ୍କ ଉପରେ ବଢୁଛି ଆତଙ୍କୀ ଆକ୍ରମଣ

ରାଜୌରୀ : ଗତ ଜାନୁଆରୀ ୧ ଓ ୨ ମଧ୍ୟରେ ଜମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାର ଡାଙ୍ଗରୀ ଅଂଚଳରେ ଉଗ୍ରବାଦୀଙ୍କ ଆକ୍ରମଣ ଯୋଗୁ ୫ଜଣ ପ୍ରାଣ ହରାଇଛନ୍ତି । ୧ତାରିଖ ଦିନ ସଶସ୍ତ୍ର ଉଗ୍ରବାଦୀମାନେ ସ୍ଥାନୀୟ ଅଂଚଳର ୩ଟି ହିନ୍ଦୁ ଘର ଉପରେ ଆକ୍ରମଣ କରିଥିଲେ । ଏହି ୩ ହିନ୍ଦୁ ପରିବାରର ୪ସଦସ୍ୟଙ୍କୁ ଗୁଳି କରି ଉଗ୍ରବାଦୀ ହତ୍ୟା କରି ଫେରାର ହୋଇଯାଇଥିଲେ । ତେବେ ଏହି ଘଟଣାକୁ ୨୪ ଘଂଟା ନ ବିତୁଣୁ ୨ ତାରିଖ ଦିନ ସକାଳ ସମୟରେ ଉଗ୍ରବାଦୀ ଗତକାଲି ମୃତୁ୍ୟବରଣ କରିଥିବା ଜଣେ ବ୍ୟକ୍ତିର ଘର ନିକଟରେ ଏକ ଆଇଇଡି ବିସ୍ଫୋରଣ କରିଛନ୍ତି । ଫଳରେ ଜଣେ ଶିଶୁ ମୃତୁ୍ୟବରଣ କରିଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି । ସେହିପରି ଏଠାରେ ଖଞ୍ଜାଯାଇଥିବା ଆଉ ଏକ ଆଇଇଡିକୁ ନିରାପତା ବଳ ନିଷ୍କ୍ରିୟ କରିଦେବାରୁ ବିସ୍ଫୋରଣକୁ ଟାଳିଦିଆଯାଇ ପାରିଛି ବୋଲି ଅତିରିକ୍ତ ପୁଲିସ୍ ମହାନିଦେ୍ର୍ଦଶକ ମୁକେଶ ସିଂହ କହିଛନ୍ତିରାଜୌରୀ

Leave a Reply