ରେମୁଣାରେ ଲଭ୍ ଜିହାଦ 

ରେମୁଣାରେ ଲଭ୍ ଜିହାଦ 
ରେମୁଣା: ବାଲେଶ୍ଵର ଜିଲ୍ଲୀ ରେମୁଣା ଅଞ୍ଚଳରେ ‘ଲଭ୍ ଜିହାଦ’ ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ବାଲେଶ୍ଵର ଶିଳ୍ପାଞ୍ଚଳ ଥାନା ଅଧୀନ ନରହରିପୁର ସ୍କୁଲର ୫ଟି କାମ ଚାଲୁଥିବା ସମୟରେ ସେଠାରେ ଏକ ଠିକା ସଂସ୍ଥା ଦ୍ବାରା ପଶ୍ଚିମବଙ୍ଗର କିଛି ଯୁବକ ରହି କାମ କରୁଥିଲେ । ସେମାନଙ୍କ ମଧ୍ୟରୁ ଝରକା କବାଟ ତିଆରି କରୁଥିବା ଜଣେ ଯୁବକ ଗାଁର ଜଣେ ଛାତ୍ରୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯୁବକ ଜଣକ ନିଜକୁ ରୋହିତ ପୁରୋହିତ ନାଁରେ ପରିଚୟ ଦେଇ ଛାତ୍ରୀ ଜଣକୁ ପ୍ରେମ ଜାଲରେ ଫସାଇଥିଲା। ସେବେଠାରୁ ମୋବାଇଲ ନମ୍ବର ଆଦାନପ୍ରଦାନ କରି ସମ୍ପର୍କ ଜାରି ରଖୁଥିଲେ। ଚଳିତ ମାସ ୧୦ ତାରିଖରେ ଯୁବତୀ ହଠାତ ନିଖୋଜ ହୋଇଯାଇଥିଲା। ଖୋଜାଖୋଜି ପରେ ସେ ଜଣେ ଯୁବକ ସହ ଯାଉଥ‌ିବା ତା’ର କେହି ସାଙ୍ଗ ପରିବାର ଲୋକଙ୍କୁ ଜଣାଇଥିଲେ। ପୁଲିସରେ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ସେଥିରୁ ଯୁବକର ମୋବାଇଲ ନମ୍ବରକୁ ଟ୍ରାକ୍ କରି ସେ ପଶ୍ଚିମବଙ୍ଗରେ ଥିବା ଜଣାପଡ଼ିଥିଲା। ଯୁବକ ଜଣକ ଅନ୍ୟ ସମ୍ପ୍ରଦାୟର ହୋଇଥିବାରୁ ଘଟଣାର ସମ୍ବେଦନଶୀଳତାକୁ ଦେଖୁ ପୁଲିସ ତତ୍ପରତା ପ୍ରକାଶ କରିଥିଲା ।
ଥାନା ଅଧିକାରୀ ଶ୍ୟାମଘନ ବେହେରାଙ୍କ ସୂଚନାନୁଯାୟୀ, ଏ ନେଇ ଏକ ଟିମ ଗଠନ କରି ପୁଲିସ ବୁଧବାର କଲକାତା ଯାଇଥିଲେ। କଲକାତାରୁ ପ୍ରାୟ ୬୦ କିଲୋମିଟର ଦୂର ଏକ ଘର ଭିତରେ ଥ‌ିବା ସୁଲତାନ ରେହେମାନ ଖାଁ(୨୫) ଏବଂ ୧୯ ବର୍ଷୀୟ ଯୁବତୀକୁ ନେଇ ଫେରିଥିଲା । ଯୁବତୀ ଜଣଙ୍କ ରେମୁଣା କଲେଜରେ +୨ (କଳା) ପରୀକ୍ଷା ଦେଇଥ‌ିବା ବେଳେ ବୁଧବାର ପ୍ରକାଶ ପାଇଥିବା ଫଳାଫଳରେ ସେ ଉତ୍ତୀର୍ଣ୍ଣ ହୋଇଛି। ଯୁବତୀଙ୍କ କହିବା କଥା ସେମାନେ ସେଠାରେ ଏକ ମସଜିଦରେ କୁବୁଲ ଉଚ୍ଚାରଣ କରିବାକୁ କୁହାଯାଇଥିଲା । ଏପଟେ ନାମ ବଦଳାଇ ଯୁବତୀକୁ ପ୍ରେମ ଜାଲରେ ଫସାଇ ଲଭ୍ ଜିହାଦ ଘଟଣାକୁ ବିଭିନ୍ନ ହିନ୍ଦୁ ସଙ୍ଗଠନ ପକ୍ଷରୁ ତୀବ୍ର ନିନ୍ଦା କରାଯାଇ କଠୋର ପଦକ୍ଷେପ ନେବାକୁ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *