Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆଠଗାଁ ଠାରେ ସନ୍ଥ ରବିଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆଠଗାଁ ଠାରେ ସନ୍ଥ ରବିଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ବଲାଙ୍ଗିର : ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଆଠଗାଁ ରବିଦାସ ନଗର ଠାରେ ସନ୍ଥ ଶିରୋମଣି ରବି ଦାସଙ୍କ ଏପ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ମହାଲିଙ୍ଗ ସନ୍ଥ ରବିଦାସଙ୍କ ବାଣୀ ଉଦ୍ଧାର କରିବା ସହିତ ସେ ଜଣେ ମହାନ ସମାଜ ସୁଧାରକ ଥିଲେ ବୋଲି କହିଥିଲେ । ଆଜି ମଧ୍ୟ ଦେଶରେ ତାଙ୍କର ଅନେକ ଅନୁଯାୟୀ ଅଛନ୍ତି ବୋଲି ସେ କହିଥିଲେ । ଏହା ସହିତ ରବିଦାସ ନଗରରେ ଏକ କମୁ୍ୟନିଟି ଗୃହ ନିର୍ମାଣ କରିବା ପାଇଁ ତାଙ୍କ ବିଧାୟକ ପାଣ୍ଠିରୁ ୩ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିବା ସହିତ ରାସ୍ତା ଉନ୍ନତିକରଣ, ପୋଖରୀ ପୁର୍ନଉଦ୍ଧାର, କୁଟୀର ଶିଳ୍ପକୁ ପ୍ରୋସôାହନ, ମହିଳା ସ୍ୱଂୟ ସହାୟିକା ଗୋଷ୍ଠିଙ୍କୁ ସହାୟତା ତଥା ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବେ ପଂଚାୟତର ସରପଂଚ ସାଳୀନି ସେଠ, ସମିତି ସଭ୍ୟା ଅନିତା ସୁନା, ଓଡିଶା ରବିଦାସ ସମାଜର ରାଜ୍ୟ ଉପ ସଭାପତି ବିଜୟ ମେହେର, ଅଧ୍ୟାପକ ମଦନ ମୋହନ, ଶିକ୍ଷକ ମନୋଜ ଭରାସାଗରିଆ, ଅମିନ୍ଦ୍ର ମେହେର ଓ ଶ୍ରୀରାମ ମେହେର ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ଗଜମଣୀ ବାଗ ପରିଚାଳନା କରିଥିଲେ । ଆଗାମୀ ଦିନରେ ଓଡିଶାର ସବୁ ରବିଦାସ ପରିବାର ବସବାସ କରୁଥିବା ପଡା ଓ ଗାଁମାନଙ୍କରେ ସନ୍ଥ ରବିଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ସହିତ ସମାଜରେ ସାମାଜିକ ଚେତନା, କ୍ରାନ୍ତି, ଶିକ୍ଷାର ଉନ୍ନତି ଓ ବୈଷୟିକ ଉନ୍ନତି ଅଣାଯିବା ପାଇଁ ସମାଜ କାମ କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply