Warning: Private methods cannot be final as they are never overridden by other classes in /home/thxlzghk/news.vskodisha.com/wp-content/plugins/wp-rocket/inc/classes/Buffer/class-cache.php on line 425

Warning: Private methods cannot be final as they are never overridden by other classes in /home/thxlzghk/news.vskodisha.com/wp-content/plugins/wp-rocket/inc/classes/traits/trait-memoize.php on line 87

Warning: Cannot modify header information - headers already sent by (output started at /home/thxlzghk/news.vskodisha.com/wp-content/plugins/wp-rocket/inc/classes/Buffer/class-cache.php:425) in /home/thxlzghk/news.vskodisha.com/wp-content/plugins/wp-rocket/inc/classes/Buffer/class-cache.php on line 214

Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୨ ଟି ଗୋରୁ ବୋଝେଇ କଣ୍ଟେନର ମୋଟୁଠାରେ ଅଟକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୨ ଟି ଗୋରୁ ବୋଝେଇ କଣ୍ଟେନର ମୋଟୁଠାରେ ଅଟକ

ମାଲକାନଗିରି: ଅବିଭକ୍ତ କୋରାପୁଟ ଜିଲ୍ଳାରୁ ପ୍ରତିଦାନ ବିଭିନ୍ନ ପାର୍ସଲ ଗାଡି କେଂଟନର ରେ ୩ ୨ ୬ ଜାତୀୟ ରାଜପଥ ଦେଇ ହାଇଦ୍ରାବାଦ କୁ ଗୋରୁ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଥିଲା!ହେଲେ ଏହି ଅଭିଯୋଗର ସତ୍ୟତା ଆଜି ଦେଖିବାକୁ ମିଳିଛି । ଆଜି ସକାଳ ୮ ଟା ୩ ୦ମିନିଟ ସମୟରେ ଗୋରୁ ବୋଝେଇ କେଂଟନରମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଦେଇ ହାଇଦ୍ରାବାଦ କୁ ଯାଉଥିବାବେଳେ ସୀମାନ୍ତ ଯାଂଚ ଫାଟକ ଠାରେ ଦୁଇଟି ଗୋରୁ ବୋଝେଇ କେଂଟନର ଯାଂଚ ସମୟରେ ଧରାପଡ଼ିଥିବା ଜଣାପଡିଛି । ଗାଡ଼ିରେ ଥିବା ପ୍ରାୟ ୧ ୦୦ ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ସ୍ଥାନୀୟ ଗ୍ରାମର କିଛି ଲୋକ ଉଧାର କରି ଥିବାବେଳେ ଉକ୍ତ ଦୁଇ ଗାଡିର ଡ୍ରାଇଭର ଫେରାର ହୋଇ ଯାଇଛନ୍ତି । ଗତକିଛିଦିନ ତଳେ ମାଲକାନଗିରି ସୀମାନ୍ତ ବୈପାରୀଗୁଡା -ଗୋବିନ୍ଦପାଲ୍ଲୀ ଘାଟି ଉପରେ ଏକ କେଂଟନର ରେ ଗାଈ ବୋଝେଇ କରି ଯାଉଥିବା ସମୟରେ ଜାତୀୟ ରାଜପଥର ପାର୍ଶ୍ୱରେ ଏକ ବିଦ୍ୟୁତ ଖୁଣ୍ଡକୁ ଧକ୍କା ଦେଇଥୁଲା । ଯାହାଫଳରେ କେଂଟନର ଭିତରେ ରଖାଯାଇଥିବା ଗୋରୁଙ୍କ ମଧ୍ୟରୁ ୫୦ଟି ମୃତାହତ ହୋଇଛନ୍ତି । ୩୬ଟି ଗୋରୁଙ୍କୁ ମୃତ ଅବସ୍ଥାରେ କେଂଟନର ଭିତରୁ ବାହାରକୁ ବାହାର କରାଯାଇଥିବା ବେଳେ ୧୬ଟି ଆହତ ଅବସ୍ଥାରେ ରହିଥିଲେ । ଆଜିର ଏହି ଦୁଇ କେଂଟନରରେ ଗାଈଗୋରୁ ରହିଥିବାରୁ ଏହା ପଛରେ ଏକ ବଡ଼ ଧରଣର ରାକେଟ କାର୍ଯ୍ୟ କରୁଥିବା ସନେ୍ଦହ ସୃଷ୍ଟି ହୋଇଛି । ନିୟମିତ ଭାବେ ଏହିଭଳି ବହୁ କେଂଟନର ରେ ପ୍ରତିଦିନ ବେଆଇନ ଭାବେ ବିଭିନ୍ନ ରାଜ୍ୟକୁ ଗୋରୁ ଚାଲାଣ ହେଉଛି!ମୋଟୁ ସୀମାନ୍ତ ରେ ପୋଲିସ ପକ୍ଷରୁ ସବୁ ଗାଡି ଗୁଡିକୁ କଡାକଡି ଭାବେ ତନଖି କରାଯାଇ ଛାଡିବା ପାଇଁ ଦାବୀ କରିଛନ୍ତି ମୋଟୁ ଅଂଚଳବାସୀ!

Leave a Reply