ଇସ୍ରାଏଲୀ କୂଟନୀତିଜ୍ଞଙ୍କୁ ନିର୍ମମ ହତ୍ୟାର ପ୍ରତିଶୋଧ ନିଆଯିବ

ଇସ୍ରାଏଲୀ କୂଟନୀତିଜ୍ଞଙ୍କୁ ନିର୍ମମ ହତ୍ୟାର ପ୍ରତିଶୋଧ ନିଆଯିବ
ତେଲ ଅଭିଭ୍ : ୱାଶିଂଟନର ଯିହୂଦୀ ସଂଗ୍ରହାଳୟ ବାହାରେ ଦୁଇ ଜଣ ଇସ୍ରାଏଲୀ କୂଟନୀତିଜ୍ଞଙ୍କୁ ନିର୍ମମ ହତ୍ୟା କରାଯାଇଛି । ଏହି ଘଟଣାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିନ୍ଦା କରିଛନ୍ତି ।
ଏହି ଆକ୍ରମଣ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବିଶ୍ୱବ୍ୟାପୀ ଇସ୍ରାଏଲୀ ଦୂତାବାସ ଏବଂ ନାଗରିକଙ୍କ ସୁରକ୍ଷା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି, ଯେ ଏହାର ପ୍ରତିଶୋଧ ନିଆଯିବ ।” ଏହି ଆକ୍ରମଣ ସେହି ମାନସିକତାକୁ ପ୍ରତିଫଳିତ କରେ ଯିଏ ହିଂସା ମାଧ୍ୟମରେ ନିଜର ଏଜେଣ୍ଡାକୁ ଆଗକୁ ବଢାଇବାକୁ ଚାହୁଁଛି। ଏହି ଘଟଣା ଘଟାଇଥିବା ଆକ୍ରମଣକାରୀ ଗୁଳି ଚଳାଇବା ପରେ ପାଲେଷ୍ଟାଇନର ସ୍ୱାଧୀନତା ସହିତ ଜଡିତ ସ୍ଲୋଗାନ ଦେଉଥିଲେ। ଯାହା ଏହି ଆକ୍ରମଣ ପଛରେ ଥିବା ଆତଙ୍କବାଦୀ ଚିନ୍ତାଧାରାକୁ ସ୍ପଷ୍ଟ ଭାବରେ ବ୍ୟାଖ୍ୟା କରେ। ଆମେରିକା ମଧ୍ୟ ଏହି ଘଟଣାକୁ ଏକ ଆତଙ୍କବାଦୀ ଆକ୍ରମଣ ବୋଲି କହିଛି। ଯାହା ଏହାର ଗମ୍ଭୀରତାକୁ ଦର୍ଶାଉଛି।

Leave a Reply

Your email address will not be published. Required fields are marked *