କେବଳ ହିନ୍ଦୁଙ୍କ ଆକ୍ରମଣ, ଚୁପ୍ ରହିଥିଲା ପୋଲିସ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଗତ ମାସରେ ହୋଇଥିବା ହିଂସା ଉପରେ କତିକତା ହାଇକୋର୍ଟଙ୍କ ନୀରିକ୍ଷଣରେ ଗଠିତ ତଦନ୍ତ କମିଟି ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି । ରିପୋର୍ଟ ଅନୁସାରେ ଏହି ହିଂସାରେ ଶାସକ ଟିଏମସିର ଜଣେ ନେତା ମଧ୍ୟ ସାମିଲ ଥିଲେ । ଆକ୍ରମଣରେ କେବଳ ହିନ୍ଦୁ ସମୁଦାୟକୁ ଟାର୍ଗେଟ୍ କରାଯାଇଥିଲା । ରିପୋର୍ଟରେ କୁହାଯାଇଛି ଯେ ଯେତେବେଳେ ପୀଡ଼ିତ ଲୋକ ସାହାଯ୍ୟ ପାଇଁ ପୋଲିସ ସହାୟତା ଲୋଡ଼ିଥିଲେ, ସେତେବେଳେ ପୋଲିସ ନୀରବ ରହିଥିଲା । ଏନଡିଟିଭି ରିପୋର୍ଟ ଅନୁସାରେ, ତଦନ୍ତ ସମିତି ରିପୋର୍ଟରେ କୁହାଯାଇଛି ଯେ ମୁର୍ଶିଦାବାଦର ସ୍ଥାନୀୟ କର୍ପୋରେଟର ମହବୁବ୍ ଆଲମ ନିଜେ ଏହି ଆକ୍ରମଣ ନେତୃତ୍ୱ ନେଇଥିଲା । ସେ ଶୁକ୍ରିବାର ଏପ୍ରିଲ୍ ୧୧ ଅପରାହ୍ଣ ୨.୩୦ ପରେ ଗୁଣ୍ଡା ଧରି ଗାଁରେ ପହଁଞ୍ଚିଥିଲା ଓ ପରେ ପୋଡ଼ାଜଳା, ଲୁଟପାଟ୍ ଏବଂ ଭଙ୍ଗାରୁଜା କରିଥିଲା । ରିପୋର୍ଟରେ କୁହାଯାଇଛି ୟେ ବେଟବୋନା ଗାଁରେ ୧୧୩ ଘର ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିଲା ଓ ସେଠାରେ ଦୋକାନ ବଜାରରେ ଭଙ୍ଗାରୁଜା କରାଯିବା ପରେ ଲୁଟ୍ପାଟ୍ କରାଯାଇଥିଲା । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ସ୍ଥାନୀୟ ପୋଲିସ ସମ୍ପୂର୍ଣ୍ଣ ରୂପେ ନିଷ୍କ୍ରିୟ ଓ ଘଟଣାସ୍ଥଳରୁ ଦୂରରେ ରହିଥିଲା । ଏହି ରିପୋର୍ଟକୁ ଆଜି କଲିକତା ହାଇକୋର୍ଟର ଡିଭିଜନ୍ ବେଞ୍ଚ୍ ସାମନାରେ ଉପସ୍ଥାପନ କରାଯାଇଛି । ତଦନ୍ତକାରୀ ଟିମ୍ରେ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ, ରାଜ୍ୟ ଆଇନ ସେନା ପ୍ରାଧିକାରଣ ଓ ନ୍ୟାୟିକ ସେବା ସହ ଜଡ଼ିତ ଅଧିକାରୀ ସାମିଲ ଥିଲେ । ଏହି ରିପୋର୍ଟ ସାମନାକୁ ଆସିବା ପରେ ରାଜ୍ୟ ସରକାରଙ୍କ ଭୂମିକା ଉପରେ ଅନେକ ପ୍ରଶ୍ନ ଉଠିଛି ।