ଚାରମାଳ ପାଇଁ ତାଳଗଛ ଦାନ
ପୁରୀ :ମହାପ୍ରଭୁଙ୍କ ଆଗାମୀ ରଥଯାତ୍ରାରେ ଚାରମାଳ ପାଇଁ ବ୍ୟବହାର ସକାଶେ ତାଳ ଗଛ ସଂଗ୍ରହ କରାଯାଇଛି । ଢେଙ୍କାନାଳ ଖଡଗପ୍ରସାଦର ଦାତା ବିଜୟ ସାହୁ ଏହା ପ୍ରଦାନ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନର ଉନ୍ନୟନ ପ୍ରଶାସକ, ରଥ ତତ୍ତ୍ୱାବଧାରକ, ଭୋଇ ସର୍ଦ୍ଦାର, ମହାରଣାଙ୍କ ମିଳିତ ଟିମ୍ ସମ୍ପୃକ୍ତ ଗ୍ରାମକୁ ଗସ୍ତ କରିଥିଲେ । ଗଛ ଚୟନ କରିଥିଲେ । ଜଙ୍ଗଲ ବିଭାଗ ସହାୟତାରେ ଏହାକୁ କାଟିବା ସହ ପରିବହନ ବ୍ୟବସ୍ଥା କରିଥିଲେ । ମହାପ୍ରଭୁଙ୍କ କାର୍ଯ୍ୟ ପାଇଁ କରିଥିବା ଦାନ ସକାଶେ ଶ୍ରୀ ସାହୁ, ଶ୍ରୀମନ୍ଦିର ଟିମ୍, ଜଙ୍ଗଲ ବିଭାଗକୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।