ଜ୍ୟାତି-ପ୍ରିୟଙ୍କା ଲିଙ୍କ୍ ମିଷ୍ଟ୍ରୀର ହିଷ୍ଟ୍ରୀ ଖୋଜୁଛି ପୋଲିସ

ଜ୍ୟାତି-ପ୍ରିୟଙ୍କା ଲିଙ୍କ୍ ମିଷ୍ଟ୍ରୀର ହିଷ୍ଟ୍ରୀ ଖୋଜୁଛି ପୋଲିସ
ପୁରୀ :ଗତ ଶନିବାର ଠାରୁ ବୁଧବାର ପର୍ଯ୍ୟନ୍ତ ପାଞ୍ଚଦିନ ଧରି ପୋଲିସର ପଚରାଉଚରା ଶେଷ ହେଉନାହିଁ । ଜ୍ୟୋତି- ପ୍ରିୟଙ୍କା ସମ୍ପର୍କର ମିଷ୍ଟ୍ରି (ରହସ୍ୟ) ପୋଲିସ ଖୋଳତାଡ କରିବାରେ ଲାଗିଛି । ସେମାନଙ୍କ ପୂର୍ବ ସମ୍ପର୍କ ୟୁଟ୍ୟୁବ ସମ୍ପର୍କ ଫେସବୁକ, ହ୍ୱାଟ୍‌ସପ୍ ,ଇନଷ୍ଟାଗ୍ରାମ, ମେସେଞ୍ଜର, ମେଲ ଆଇଡି ର ହିଷ୍ଟ୍ରି (ଇତିହାସ) ପାଞ୍ଚଦିନ ଧରି ମାରଥାନ ଜେରା ପୋଲିସ ଜାରି ରଖିଛି । ଏନଆଇଏ ଙ୍କ ପରାମର୍ଶରେ ପୁରୀ ପୋଲିସ ଓ ଗୋଇନ୍ଦା ପୋଲିସ ପରିସ୍ଥିତି ଦେଖି ପଚରାଉଚରା କରୁଛି । କାଳିକାଦେବୀ ସାହିରେ ପ୍ରିୟଙ୍କା ସମ୍ପର୍କରେ କୌଣସି ଗଣମାଧ୍ୟମ ପଚାରିଲେ ସାହି ବାସିନ୍ଦା ବିଗୁଡିଥିବା ଦେଖାଯାଇଛି । ପ୍ରିୟଙ୍କାର ବାପା ଡାଲି ଚାଉଳ ଦୋକାନରୁ ହଠାତ ହୋଟେଲ ଗୁଡିକ ଲିଜ ନେବା ରହସ୍‌୍ୟ ପୋଲିସ ତନତନ କରି ଗୁଡେଇ ତୁଡେଇ ପ୍ରଶ୍ନ କରିବା ସହ ସତ୍ୟ ଉନ୍ମୋଚନ ପାଇଁ ପ୍ରୟାସ ଜାରି ରଖିଛି । ପାକିସ୍ତାନ ଲିଙ୍କରେ ଗିରଫ ହୋଇଥିବା ଜ୍ୟୋତି ମାଲହୋତ୍ରା ଗତବର୍ଷ ସେପ୍ଟେମ୍ବର ୨୧ ତାରିଖରେ ପୁରୀ ଆସି ଶ୍ରୀଜଗନ୍ନାଥ ବଲ୍ଲଭ ଭକ୍ତ ନିବାସରେ ରୁମ ନମ୍ବର ୨୦୩ ରେ ରହିଥିଲେ । ତାଙ୍କ ସାଙ୍ଗରେ ଆସିଥିବା ବୃଦ୍ଧା ଜଣଙ୍କ ଚନ୍ଦ୍ରକାନ୍ତ ନାମରେ ଆଧାର କାର୍ଡ ଦେଇଥିବା ବେଳେ ପ୍ରକୃତରେ ତାଙ୍କ ମା ଥିଲେ କିମ୍ବା ଅନ୍ୟ କିଏ ଥିଲେ ତାକୁ ନେଇ ସନ୍ଦେହ ବଢିଛି । ଅନ୍ୟପକ୍ଷରେ ହୋଟେଲକୁ ତାଙ୍କର ପୁରୀ ସାଙ୍ଗ କାହିଁକି ଯାଇନଥିଲେ ତା ମଧ୍ୟ ସନ୍ଦେହ ଘେରରେ ରହିଛି । ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇ ଖସି ଯିବାକୁ ଚେଷ୍ଟା କରିଥିବା ବେଳେ ପୋଲିସ ହାତରେ ଧରାପଡି ଅଳ୍ପକେ ରକ୍ଷା ପାଇଥିଲେ । ପ୍ରିୟଙ୍କାଙ୍କ ସହଯୋଗରେ ଜ୍ୟୋତି ଖସି ଯିବା ପାଇଁ ସମର୍ଥ ହୋଇଥିଲେ । ସେହି ସମୟରେ ପୋଲିସ ଅଧିକ ଖୋଳତାଡ କରିଥିଲେ ଅନେକ ତଥ୍ୟ ମିଳିପାରିଥାଆନ୍ତା । ଜଗନ୍ନାଥ ମହାପ୍ରଭୁ ଧରାଇଥିବା ବେଳେ ଜ୍ୟୋତି ଖସି ଯିବା ପାଇଁ ସମର୍ଥ ହୋଇଥିଲେ । ସମୁଦ୍ରକୂଳରେ ଦୁଇ ବାନ୍ଧବୀ ମଜା ମଉଜ ମସ୍ତି କରିଥିଲେ । ସାତପଡା ଚିଲିକା କେଉଁ ଗାଡିରେ ଯାଇଥିଲେ, କେଉଁ ଟ୍ରାଭେଲ ବୁକିଂ କରିଥିଲେ, କାହା ଗାଡି ଥିଲା, କିଏ ଡ୍ରାଇଭର ଥିଲେ ସେ ସମ୍ପର୍କରେ ପୋଲିସ ଖୋଳତାଡ କରିବା ପାଇଁ ସାଧାରଣରେ ଆଲୋଚନା ହେଉଛି । ଚିଲିକାର କେଉଁ ଆଡେ ବୁଲିଥିଲେ ମୁହାଣ ପାଖକୁ ଯାଇଥିଲେ କି ନାହିଁ ଜଳପଥ ଭିଡିଓ ଗ୍ରାଫିକ କରିଛନ୍ତି କି ନାହିଁ ତାହା ଏବେ ବି ସନ୍ଦେହ ଘେରରେ ରହିଛି । ଅନ୍ୟପକ୍ଷରେ ଦିଲ୍ଲୀରେ ଏନଆଇଏ ଜ୍ୟୋତି ମାଲହୋତ୍ରାକୁ ଗିରଫ କରି ରିମାଇଣ୍ଡର ଆଣି ଅନେକ ତଥ୍ୟ ହାସଲ କରିଛି । ଅନ୍ୟପକ୍ଷରେ ପ୍ରିୟଙ୍କା ସେନାପତିଙ୍କୁ ପାଞ୍ଚଦିନ ଧରି ପଚରାଉଚରା ଚାଲିଥିବା ବେଳେ ଆଗକୁ କଣ କରାଯିବ ସେ ସମ୍ପର୍କରେ ଜନତା ଜାଣିବାକୁ ଚାହିଁଛନ୍ତି । ଏହି ଘଟଣାଟି ରଥଯାତ୍ରା ପୂର୍ବରୁ ଘଟିଥିବାରୁ ରଥଯାତ୍ରାକୁ କିଭଳି ସୁରକ୍ଷିତ ଶୃଙ୍ଖଳିତ ଓ ନିରାପଦରେ ସମ୍ପନ୍ନ କରାଯିବ ତାହା ରାଜ୍ୟ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ସିଂହଦ୍ୱାରରେ ଭିଡିଓ ପୋଷ୍ଟ କରି ଜ୍ୟୋତି ଭାରତର ଚାରିଧାମ ଦେଖିଲି ବୋଲି କହିଛନ୍ତି । ହିନ୍ଦୁମାନଙ୍କ ଏହି ଚାରିଧାମ ଭିଡିଓ ସୁଟର କଣ ଉଦ୍ଦେଶ୍ୟ ରହିଥିଲା ତାହା ମଧ୍ୟ ସନ୍ଦେହ ଘେରରେ ରହିଛି । ଶ୍ରୀମନ୍ଦିର ରୋଷଘର ଓ ଦଧିନଉତି ଉପରେ ଫୋକସ କରି ଭିଡିଓ କରାଯାଇଥିବା କୁହାଯାଇଛି । ଏହି ପାଞ୍ଚଦିନରେ ପାଞ୍ଚ ଶହରୁ ଉର୍ଦ୍ଧ୍ୱ ପ୍ରଶ୍ନ ପୋଲିସ ପଚାରିଥିବା ତଥା ବଡଦାଣ୍ଡରେ ଜନତା ଆଲୋଚନା କରୁଛନ୍ତି । ସମ୍ପୂର୍ଣ୍ଣ ଘଟଣାର ରହସ୍‌ଯ ଜଣାପଡିବା ପରେ ଏସପି ଗଣମାଧ୍ୟମକୁ ସୂଚନା ଦେବେ ବୋଲି ଆଭାସ ମିଳିଛି ।

Leave a Reply