ଭାରତୀୟ ସେନା ପକ୍ଷରୁ ପାକିସ୍ତାନ ବିରୋଧରେ କରାଯାଇଥିବା ‘ଅପରେସନ୍‌ ସିନ୍ଦୂର’କୁ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ୍‌ ବିପୁଳ ସମର୍ଥନ 

କଣ୍ଟାବାଞ୍ଜି: ଭାରତୀୟ ସେନା ପକ୍ଷରୁ ପାକିସ୍ତାନ ବିରୋଧରେ କରାଯାଇଥିବା ‘ଅପରେସନ୍ ସିନ୍ଦୂର’କୁ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ୍ ବିପୁଳ ସମର୍ଥନ ଜଣାଇଛନ୍ତି। ଭାରତୀୟ ବାୟୁସେନାର ସଫଳ ଉଦ୍ୟମକୁ ଶ୍ରୀ ବାଗ୍ ପ୍ରଶଂସା କରିଛନ୍ତି। ଏଥି ସହିତ ସେ ୩ ମାସର ନିଜ ଦରମାକୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। ଏନେଇ ଏକ ସ୍ୱତନ୍ତ୍ର କାର‌୍ୟ୍ୟକ୍ରମ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳାବରେ ଅନୁଷ୍ଠିତ ହୋଇଥିଲା।

ନିଜର ୩ ମାସର ଦରମାକୁ ଦାନ ଦେଇଥିବା ନେଇ ଶ୍ରୀ ବାଗ୍ କହିଛନ୍ତି, ‘ଅପରେସନ ସିନ୍ଦୂର’ର ସଫଳତା ନେଇ ଭାରତୀୟ ସୈନିକଙ୍କ ଉଦ୍ଦେଶ୍ୟ ୩ ମାସର ଦରମା ଦେଇଛି। କାର‌୍ୟ୍ୟକ୍ରମରେ ତହସିଲଦାର ବିଶ୍ବନାଥ ଖାଲକୋ, ବିଜେପି ନେତା ଶିବାଜୀ ମହାନ୍ତି ଉପସ୍ଥିତ ଥିଲେ।

Leave a Reply