ଉପକୂଳରେ ଥିବା ୫୧ଟି ଟାପୁରେ ଲୁଚି ରହୁଛନ୍ତି ବାଂଲାଦେଶୀ
ଭୁବନେଶ୍ଵର : ଅନେକ ବାଂଲାଦେଶୀ ଦୀର୍ଘଦିନରୁ ଓଡ଼ିଶାରେ ଅନୁପ୍ରବେଶ କରି ସମୟକ୍ରମେ ଭୋଟ ପରିଚୟପତ୍ର, ଆଧାର କାର୍ଡ଼ କରାଇ ନେଇଛନ୍ତି । ବିଭିନ୍ନ ସରକାରୀ ଯୋଜନା ହାତେଇଛନ୍ତି ଏ ସବୁର ଯାଞ୍ଚ ମଧ୍ୟ କରାଯିବା ନେଇ ଦାବି ଉଠୁଛି। ସେମାନେ ଭାରତର ୫ଟି ରାଜ୍ୟର ସୀମା ଦେଇ ଅନୁପ୍ରବେଶ କରୁଛନ୍ତି । ବାଂଲାଦେଶ ସୀମାବର୍ତ୍ତୀ ଆସାମ, ପଶ୍ଚିମବଙ୍ଗ, ମିଜୋରାମ, ମେଘାଳୟ ଓ ତ୍ରିପୁରା ସୀମାକୁ ଅତିକ୍ରମ କରି ଭାରତକୁ ଅନୁପ୍ରବେଶ କରୁଛନ୍ତି । ଅନେକ ସମୟରେ ବି ଜଳପଥ ଦେଇ ଓଡ଼ିଶାକୁ ପ୍ରବେଶ କରି ଉପକୂଳରେ ଥିବା ୫୧ଟି ଟାପୁରେ ଲୁଚି ରହୁଛନ୍ତି। ଏହିସବୁ ସ୍ଥାନଗୁଡ଼ିକୁ ଆଲଟ କରାଯିବା ସହ କଡ଼ାକଡ଼ି ଯାଞ୍ଚ କରୁଛି ଓଡ଼ିଶା ପୁଲିସ।