ନୂଆଦିଲ୍ଲୀ: ପାକିସ୍ତାନରେ କିଏ ଭାରତର ଶତୃମାନଙ୍କୁ ସଫା କରିବାରେ ଲାଗିପଡ଼ିଛି | ଗତକାଲି ପାକିସ୍ତାନରେ ଲସ୍କରର ଟପ କମାଣ୍ଡର ଆତଙ୍କବାଦୀ ଅବୁ ସୈଫୁଲ୍ଲାକୁ ଅଜ୍ଞାତ ଆକ୍ରମଣକାରୀ ହତ୍ୟା କରିଛି ାହାଫିଜ୍ ସଇଦର ଘନିଷ୍ଠ ସହଯୋଗୀ ଏବଂ ଲସ୍କର-ଏ-ତୈବା ଆତଙ୍କବାଦୀ ଅବୁ କତାଲକୁ ୧୫ ମାର୍ଚ୍ଚ ୨୦୨୫ରେ ପାକିସ୍ତାନରେ ହତ୍ୟା କରାଯାଇଥିଲା। ଅକ୍ଟୋବର ୧୧, ୨୦୨୩ରେ ପାକିସ୍ତାନର ସିଆଲକୋଟରେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ଵାରା ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ସାହିଦ ଲତିଫକୁ ଅଜ୍ଞାତ ଆକ୍ରମଣକାରୀ ଗୁଳିକରି ହତ୍ୟା କରିଥିଲେ । ଫେବୃୟାରୀ ୨୨, ୨୦୨୩ରେ ଜାମ୍ମୁ କାଶ୍ମୀରର କୁପୱାରା ଜିଲ୍ଲାର ବାସିନ୍ଦା ବଶିର ଅହମ୍ମଦ ପୀର ଓରଫ ଇମତିଆଜ ଆଲାମକୁ ପାକିସ୍ତାନର ଜଣେ ଅଜ୍ଞାତ ଆକ୍ରମଣକାରୀ ଗୁଳି କରି ହତ୍ୟା କରିଥିଲା । ଆତଙ୍କବାଦୀ ଇଜାଜ ଅହମ୍ମଦ ଅହଙ୍ଗରଙ୍କୁ ଫେବୃଆରୀ ୨୨ ରେ ଆଫଗାନିସ୍ତାନର କାବୁଲରେ ହତ୍ୟା କରାଯାଇଥିଲା। ଫେବୃୟାରୀ ୨୬, ୨୦୨୩ରେ ପାକିସ୍ତାନରେ ଅଲ-ବଦରର ପୂର୍ବ କମାଣ୍ଡର ସୟଦ ଖାଲିଦ ରଜାକୁ ଗୁଳି କରି ହତ୍ୟା କରାଯାଇଥିଲା। ମାର୍ଚ୍ଚ ୦୪,୨୦୨୩ରେ ଭାରତର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିବା ଆତଙ୍କବାଦୀ ସୟଦ ନୁର ଶାଲୋବରକୁ ପାକିସ୍ତାନର ଖାଇବର ପାଖତୂନ୍ ଅଞ୍ଚଳରେ ଅଜ୍ଞାତ ବନ୍ଧୁକଧାରୀମାନେ ହତ୍ୟା କରିଥିଲେ। ଅକ୍ଟୋବର ୬, ୨୦୨୩ରେ ଆତଙ୍କବାଦୀ ମହମ୍ମଦ ରିୟାଜକୁ ପାକିସ୍ତାନ ଅଧିକୃତ କାଶ୍ମୀରର ରାଜଧାନୀ ମୁଜାଫରବାଦ ଠାରୁ ୧୩୦ କିଲୋମିଟର ଦୂରରେ ଥିବା ରାୱାଲକୋଟରେ ହତ୍ୟା କରାଯାଇଥିଲା । ୨୭ ଜାନୁଆରୀ ୨୦୨୦ରେ ଲାହୋରରେ ଖଲିସ୍ତାନୀ ଆତଙ୍କବାଦୀ ହରମିତ୍ ସିଂହଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।