ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମଲହୋତ୍ରାଙ୍କ ଇନଷ୍ଟାଗ୍ରାମ ବନ୍ଦ

ନୂଆଦିଲ୍ଲୀ:ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମଲହୋତ୍ରାଙ୍କ ଇନଷ୍ଟାଗ୍ରାମ ବନ୍ଦ  ନୂଆଦିଲ୍ଲୀ:  ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମଲହୋତ୍ରାଙ୍କଇନଷ୍ଟାଗ୍ରାମକୁ ଆସି ସକାଳେ ମେଟା ସସପେଣ୍ଡ କରିଛି ।  ପାକିସ୍ତାନୀ ଗୁପ୍ତଚର ଲିଙ୍କରେ ଜ୍ୟୋତିଙ୍କୁ ୧୭ ତାରିଖରେ ବନ୍ଧା ଯାଇଥିବା ବେଳେ ତାଙ୍କ ଗିରଫଦାରୀ ପରେ, ଇନଷ୍ଟାଗ୍ରାମରେ ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ୭,୦୦୦ ରୁ ଅଧିକ ବୃଦ୍ଧି ପାଇଛି ଏବଂ ଗିରଫ ହେବାର ୨୪ ଘଣ୍ଟା ମଧ୍ୟରେ ଗୁଗୁଲରେ ଏକ ଲକ୍ଷରୁ ଅଧିକ ଲୋକ ତାଙ୍କୁ ଖୋଜିଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ତାଙ୍କ ଇନଷ୍ଟାଗ୍ରାମକୁ ବନ୍ଦ କରିଦିଆଯାଇଛି । ଇନଷ୍ଟାରେ ତାଙ୍କ ନାଁ ସର୍ଚ୍ଚ କଲେ ଆଉ ତାଙ୍କ ଆକାଉଣ୍ଟ ଦେଖାଉନି । 

ଜ୍ୟୋତି ମଲହୋତ୍ରାଙ୍କ  ଏଯାଏଣ ତାଙ୍କ ୟୁଟ୍ୟୁବ ଚ୍ୟାନେଲ ପୂର୍ବ ପରି ବଳବତ୍ତର ରହିଛି । ତାଙ୍କ ୟୁଟ୍ୟୁବ ଆକାଉଣ୍ଟରେ  ୩ ଲକ୍ଷ ୮୬ ହଜାର ସବସ୍କ୍ରାଇବର ଥିବା ବେଳେ ସେ ମୋଟ ୪୮୭ଟି ଭିଡିଓ ଅପଲୋଡ କରିଛନ୍ତି । ଆଉ ସେଥିରୁ ଅନେକ ଭିଡିଓ ପାକିସ୍ତାନ ଗସ୍ତର ଥିବା ଦେଖିବାକୁ ମିଳିଛି । ତେଣୁ ଇନଷ୍ଟା ବନ୍ଦ ପରେ ଲୋକେ ଜ୍ୟୋତିଙ୍କୁ ଖୋଜିବାକୁ ତାଙ୍କ ୟୁଟ୍ୟୁବକୁ ସର୍ଚ୍ଚ କରୁଥିବାରୁ ଆଗାମୀ ଦିନରେ ତାଙ୍କ ୟୁଟ୍ୟୁବ ଆକାଉଣ୍ଟ ମଧ୍ୟ ବ୍ୟାନ୍ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *