ପାକ୍‌ ଗୁପ୍ତଚର ଜ୍ୟୋତି ମାଲହୋତ୍ରା ଲିଙ୍କ୍‌ ରେ ପୁରୀ ଯୁବତୀ

ପାକ୍‌ ଗୁପ୍ତଚର ଜ୍ୟୋତି ମାଲହୋତ୍ରା ଲିଙ୍କ୍‌ ରେ ପୁରୀ ଯୁବତୀ

ପୁରୀ: ପାକ୍‌ ଗୁପ୍ତଚର ଜ୍ୟୋତି ମାଲହୋତ୍ରାଙ୍କ ସହିତ ସମ୍ପର୍କ ରଖି ଅଡୁଆରେ ପଡ଼ିଛନ୍ତି ପୁରୀର ୟୁଟ୍ୟୁବର ପ୍ରିୟଙ୍କା ସେନାପତି। ଉଭୟଙ୍କ ଲିଙ୍କ୍‌ ଥିବା ସାମ୍ନାକୁ ଆସିବା ପରେ ଗୁଇନ୍ଦା ଅଧିକାରୀ ଏବଂ ପୁଲିସ ପ୍ରିୟଙ୍କାଙ୍କୁ ଶନିବାର ଜେରା କରିଛି। ମାମଲାର ତଦନ୍ତ ଚାଲିଥିବାରୁ ପ୍ରିୟଙ୍କାଙ୍କୁ ପୁରୀ ଛାଡ଼ି ନ ଯିବାକୁ ପୁଲିସ ପକ୍ଷରୁ ନିର୍ଦେଶ ଦିଆଯାଇଛି। ହରିୟାଣା ପୁଲିସ ତଥ୍ୟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏସପି ଭିନିତ ଅଗ୍ରଓ୍ବାଲ ମଧ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ପ୍ରିୟଙ୍କାଙ୍କ ବାପା ଗଣମାଧ୍ୟମକୁ କହିଛନ୍ତି ଯେ, ପ୍ରଫେସନାଲ କଣ୍ଟେଣ୍ଟ କ୍ରିଏଟର ହିସାବରେ ଜ୍ୟୋତିଙ୍କ ସହିତ ତାଙ୍କ ଝିଅଙ୍କ ସମ୍ପର୍କ ଥିଲା। ଜ୍ୟୋତିଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ସେ କିମ୍ବା ତାଙ୍କ ଝିଅ କିଛି ଜାଣିନାହାନ୍ତି। ତାଙ୍କ ଝିଅ ଜ୍ୟୋତି ସହିତ ପାକିସ୍ତାନର କରତାରପୁର ଯାଇଥିଲେ। ଜ୍ୟୋତି ପୁରୀ ଆସିଥିବା ସମୟରେ ସେମାନେ ବୁଲାବୁଲି କରିଥିଲେ। ପ୍ରିୟଙ୍କା କହିଛନ୍ତି ଯେ, ଜ୍ୟୋତି ଶତ୍ରୁ ଦେଶର ଗୁପ୍ତଚର ବୋଲି ସେ ଜାଣି ନ ଥିଲେ। ଏ ବିଷୟରେ ସେ ଜାଣିଥିଲେ ତାଙ୍କ ସହ କେବେ ବି ସମ୍ପର୍କରେ ଆସି ନ ଥାଆନ୍ତେ। ଆବଶ୍ୟକ ପଡ଼ିଲେ ମାମଲାର ତଦନ୍ତରେ ସେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *