ତୁର୍କୀର ବିବାଦୀୟ ମାନଚିତ୍ର ଗ୍ରେଟର ବାଂଲାଦେଶରେ ଓଡିଶା ଏକ ଅଂଶ

ଢାକା: ତୁର୍କୀ ନିଜର ଭାରତ ବିରୋଧୀ ଗତିବିଧି ବଢାଇଦେଇଛି । ଏଥର ତୁର୍କୀ ବାଂଲାଦେଶ ସହିତ ହାତ ମିଳାଇ ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଥିବାର ଏକ ମାମଲା ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ତୁର୍କୀ ହଠାତ୍ ବାଂଲାଦେଶରେ ସକ୍ରିୟ ହୋଇଗଲାଣି। ଏକ ତୁର୍କୀ ସମର୍ଥିତ ସଂଗଠନ ସେଠାରେ ନିରନ୍ତର ଇସଲାମିକ ଚିନ୍ତାଧାରା ପ୍ରଚାର କରୁଛି। ସଲତନତ-ଏ-ବାଂଲା (ଏସଇଏମ୍) ନାମକ ସଂଗଠନ ମଧ୍ୟଯୁଗୀୟ ବଙ୍ଗ ସଲତନତର ଐତିହାସିକ ଐତିହ୍ୟ ବିଷୟରେ କହୁଛି ଏବଂ ପ୍ରକାଶିତ ମାନଚିତ୍ରରେ ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ସମଗ୍ର ଉତ୍ତର-ପୂର୍ବକୁ ଗ୍ରେଟର ବାଂଲାଦେଶର ଅଂଶ ଭାବରେ ଦର୍ଶାଯାଇଛି।

Leave a Reply

Your email address will not be published. Required fields are marked *