ଆସିକାରେ ଦେବର୍ଷି ନାରଦ ଜୟନ୍ତୀ ପାଳିତ

ଆସିକାରେ ଦେବର୍ଷି ନାରଦ ଜୟନ୍ତୀ ପାଳିତ

ଆସିକା: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଚାର ବିଭାଗ ଆସିକା ନଗର ପକ୍ଷରୁ ସ୍ଥାନୀୟ ଟାଉନ୍ ହଲ୍ ପରିସରରେ ଆଦ୍ୟ ସାମ୍ବାଦିକ ଦେବର୍ଷି ନାରଦଙ୍କ ଜୟନ୍ତୀ ପାଳିତ ହୋଇଯାଇଛି l ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଘୁମୁସର ଜିଲ୍ଲାର ପ୍ରଚାର ପ୍ରମୁଖ ପି. ନାଗେଶ୍ୱର ପାତ୍ରଙ୍କର ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ଭଟ୍ଟ, ବିଶ୍ଵସମ୍ବାଦକେନ୍ଦ୍ର ଓଡିଶାର ବ୍ରହ୍ମପୁର ଜୋନର ସଂଯୋଜକ ତଥା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବ୍ରହ୍ମପୁର ଜୋନର ସଦଭାବନା ପ୍ରମୁଖ ପ୍ରହଲ୍ଲାଦ ପାଣିଗ୍ରାହୀ, ଗଂଜାମ, ଗଜପତି, —କନ୍ଦ୍ବମାଳ ଜିଲ୍ଲାର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବିଭାଗ ପ୍ରଚାର ପ୍ରମୁଖ ସୋମନାଥ ପୋଲାକି ପ୍ରମୁଖ ଯୋଗଦେଇ ନାରଦ ଜୟନ୍ତୀ ପାଳନର ଆଭିମୁଖ୍ୟ ଉପରେ ସୂଚନା ପ୍ରଦାନ କରି ସାମ୍ବାଦିକ ମାନେ ସତ୍ୟ ଓ ନିଭୀକ ଭାବେ ସମ୍ବାଦ ପରିବେଷଣ କରିବାକୁ ଆହ୍ଵାନ କରିଥିଲେ । ଏହି ଅବସରରେ ଆସିକା ଅଞ୍ଚଳର ବହୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ୨୦୨୫ ବର୍ଷ ନିମନ୍ତେ ମର୍ଯ୍ୟଦାପୂର୍ଣ୍ଣ ନାରଦ ସମ୍ମାନରେ ରେ ବିଭୂଷିତ କରାଯାଇଥିଲା । ବିଶ୍ୱର ଆଦ୍ୟ ସାମ୍ବାଦିକ ଭାବେ ଦେବର୍ଷି ନାରଦଙ୍କ ଜୟନ୍ତୀ ପାଳନ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଘୁମୁସର ଜିଲ୍ଲା ପ୍ରଚାର ପ୍ରମୁଖ ପି.ନାଗେଶ୍ୱର ପାତ୍ର କହିଲେ ଯେ ଦେବଋଷି ନାରଦ ଯେପରି ସ୍ୱର୍ଗ, ମୈଭ

ପାତାଳ ଆଦି ତିନି ତିନିପୁରରେ ଅନ୍ୟାୟ ଅତ୍ୟାଚାରର ମୂଳୋପାଟନ ପାଇଁ ସର୍ବଦା ଚେଷ୍ଟିତ ଥିଲେ l ସାମ୍ବାଦିକ ମାନେ ସମାଜ ନିର୍ମାଣ ପାଇଁ ସତ୍ୟ ଓ ନିରପେକ୍ଷ ସମ୍ବାଦ ପ୍ରକାଶ କରିବାର ଆବଶ୍ୟକ‌ତା ରହିଛି ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମାଜସେବୀ ଏମ.ତାରିଣୀ ସେନାପତି ପତି, ଦିବାକର ମୁନୀ, ଅନିଲ କୁମାର ପାଣିଗ୍ରାହୀ, ଗଙ୍ଗାଧର ଶତପଥୀ, ହରିହର ପାଢୀ, ପ୍ରଶାନ୍ତ କୁମାର ମୁନି, କମଳେନ୍ଦୁ ହୋତା, ଶକ୍ତି ପ୍ରସାଦ କର, କ୍ଷିରୋଦ କୁମାର ବେହେରା, ମନୋଜ କୁମାର ନାୟକ, ଅମର କୁମାର ବିଶ୍ୱାଳ, ପି.ଶ୍ରୀନୁବାସ ପାତ୍ର, ପୂର୍ଣ୍ଣଚନ୍ଦ୍ର ସେଠୀ, ନାରାୟଣ ରଥଙ୍କ ସମେତ ବହୁ ଗଣମାଧ୍ୟମ ପ୍ରତିନିଧ ଓ ସଚେତନ ନାଗରିକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Leave a Reply

Your email address will not be published. Required fields are marked *