ବୈଶିଙ୍ଗା ଧର୍ମାନ୍ତରଣ ଓ ସରକାରୀ ଜାଗାରେ ଚର୍ଚ୍ଚ ନିର୍ମାଣ

ବୈଶିଙ୍ଗା ଧର୍ମାନ୍ତରଣ ଓ ସରକାରୀ ଜାଗାରେ ଚର୍ଚ୍ଚ ନିର୍ମାଣ
ବୈଶିଙ୍ଗା ଥାନା ଅଧୀନ ସନ୍ତରା ପଂଚାୟତ ଯୁଗପୁରା ଗ୍ରାମରେ ଧର୍ମାନ୍ତରଣ ଉଦ୍ୟମ ତଥା ସରକାରୀ ଜାଗାରେ ବେଆଇନ ଭାବେ ଚର୍ଚ୍ଚ ନିର୍ମାଣକୁ ନେଇ ଉତେଜନା ପ୍ରକାଶ ପାଇଛି। ଅଭିଯୋଗ ମୁତାବକ ପୂର୍ବରୁ କିଛି ଧର୍ମ ପ୍ରଚାରକ ଏହି ଗ୍ରାମକୁ ଆସି ଗରିବ ଆଦିବାସୀମାନଙ୍କୁ ଧର୍ମାନ୍ତରଣର ପ୍ରଲୋଭନ ଦେଖାଉଥିଲେ। ଏହାକୁ ନେଇ ଗ୍ରାମରେ ଉତେଜନା ଦେଖା ଦେଇଥିଲା ଓ ପୁଲିସ ହସ୍ତକ୍ଷେପ ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ତେବେ ୨୦୨୫ ଏପ୍ରିଲ ୧୫ ତାରିଖ ଦିନ ପୁଣି ସେମାନେ ପହଁଚି ଏକ ସରକାରୀ ଜାଗାରେ ଚର୍ଚ୍ଚ ନିର୍ମାଣ ପାଇଁ ଉଦ୍ୟମ କରୁଥିଲେ। ଗ୍ରାମବାସୀ ଏହାର ବିରୋଧ କରିବାରୁ ଉତେଜନା ସୃଷ୍ଟି ହୋଇଥିଲା। ଖବର ପାଇ ପୁଲିସ ପହଁଚି ପରିସ୍ଥିତିକୁ ଆୟତ କରିବା ସହିତ ଅଟକ ଥିବା ଉକ୍ତ ଧର୍ମ ପ୍ରଚାରକମାନଙ୍କୁ ଥାନାକୁ ନେଇ ଆସିଥିଲା। ପରେ ଏସ୍‌ପିଙ୍କ ନିର୍ଦ୍ଦେଶରେ ଉଭୟ ପକ୍ଷଙ୍କୁବୁଝାସୁଝା କରି ଛାଡ଼ି ଦେଇଛନ୍ତି ଥାନା ଅଧିକାରୀ ବାରିଣି ଦାସ ।

Leave a Reply

Your email address will not be published. Required fields are marked *