ପୂର୍ବତନ ପ୍ରଚାରକ ଡଃ ଲକ୍ଷ୍ମୀକାନ୍ତ ଦାଶଙ୍କ ବିୟୋଗରେ ଆରଏସଏସର ଶୋକ

ପୂର୍ବତନ ପ୍ରଚାରକ ଡଃ ଲକ୍ଷ୍ମୀକାନ୍ତ ଦାଶଙ୍କ ବିୟୋଗରେ ଆରଏସଏସର ଶୋକ
ଭୁବନେଶ୍ୱର,୧୨/୪: ଅତ୍ୟନ୍ତ ଦୁଃଖର ବିଷୟ ଯେ ବନବାସୀ କଲ୍ୟାଣ ଆଶ୍ରମର ପୂର୍ବକ୍ଷେତ୍ର ହିତରକ୍ଷା ପ୍ରମୁଖ
ଡଃ ଲକ୍ଷ୍ମୀକାନ୍ତ ଦାଶ ଗତ ଏପ୍ରିଲ ୧୧ ତାରିଖ ରାତ୍ରି ୧୧ଘଟିକା ସମୟରେ ଆମ ସମସ୍ତଙ୍କୁ ଛାଡି ଦେଇ ସ୍ୱର୍ଗଧାମ ଯାତ୍ରା କରିଛନ୍ତି । ତାଙ୍କର ପ୍ରଚାରକ ଜୀବନରେ ସେ ବରଗଡ ଜିଲ୍ଲାରେ ସଂଘ ପ୍ରଚାରକ ଭାବେ କାର୍ଯ୍ୟ କରିଥିଲେ । ତାପରେ ଦୀନଦୟାଲ ଶୋଧ ସଂସ୍ଥାନ,ପରବର୍ତୀ ସମୟରେ ସେ ମାଳାଚଂଳ ପ୍ରକଳ୍ପରେ ମଧ୍ୟ କାର୍ଯ୍ୟ କରିଥିଲେ । ୧୯୯୦ରୁ ସେ ବନବାସୀ କଲ୍ୟାଣ ଆଶ୍ରମରେ କାର୍ଯ୍ୟ କରି ଆସୁଥିଲେ ତଥା ଅନେକ ବର୍ଷଧରି ଏହାର ସାଧାରଣ ସମ୍ପାଦକ ଦାୟିତ୍ୱରେ ମଧ୍ୟ ଥିଲେ । ସେ ଅନେକ ବର୍ଷଧରି ରକ୍ତ କର୍କଟ ରୋଗରେ ପୀଡିତ ଥିଲେ । ଏହି ରୋଗ ସହିତ ଲଢେଇ କରି ବିଜୟୀ ହୋଇ ଚାଲିଥିଲେ । ଶେଷରେ ତାଙ୍କ ଶରୀର ଆଉ ଅପେକ୍ଷା କରି ପାରିଲା ନାହିଁ । ଆମ ଲକ୍ଷ୍ମୀଭାଇ ତମସାର ଆରପାରିକୁ ଚାଲିଗଲେ । ତାଙ୍କର ଅମର ଆତ୍ମାର ସଦ୍‌ଗତି ପାଇଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ଏବଂ ତାଙ୍କ ଶୋକସନ୍ତପ୍ତ ପରିବାରକୁ ପ୍ରଭୂ ଜଗନ୍ନାଥ ସହାୟ ହୁଅନ୍ତୁ, ଏହି ପ୍ରାର୍ଥନା ପୂର୍ବ ପ୍ରାନ୍ତର ସଂଘଚାଳକ ଶ୍ରୀ ସମୀର କୁମାର ମହାନ୍ତି ସମସ୍ତ ସ୍ୱୟଂସେବକମାନଙ୍କ ସହିତ ମିଶି କରିଛନ୍ତି । ସ୍ୱର୍ଗତ ଲକ୍ଷ୍ମୀଭାଇ ସଂଘଚାଳକଙ୍କ ମଧ୍ୟ ଜଣେ ଘନିଷ୍ଠ ବନ୍ଧୁ ଥିଲେ ।

Leave a Reply

Your email address will not be published. Required fields are marked *