ମୃତ ଛାତ୍ରଙ୍କ ପରିବାର ଲୋକଙ୍କ ମହନୀୟତା
ଅନ୍ୟକୁ ଆଖ୍ ଦେଇଗଲେ ଅମୃତ
କଟକ: ସଡ଼କ ଦୁର୍ଘଟଣାରେ ପୁଅ ଆରପାରିକୁ ଚାଲିଗଲେ। ଏକମାତ୍ର ସନ୍ତାନର ଅକାଳ ମୃତ୍ୟୁରେ ପରିବାର ଶୋକରେ ବୁଡ଼ିଥିବା ବେଳେ ଅଭିଭାବକ ମୃତ ପୁଅର ଚକ୍ଷୁକୁ ଏସ୍ସିବି ଦାନ କରାଇ ମହନୀୟତା ଦେଖାଇଛନ୍ତି । ପ୍ରାଣହରାଇଥିବା ଏକୋଇରବଳା ଅମୃତର ଆଖୁକୁ ଅନ୍ୟ ଜଣେ ଦୃଷ୍ଟିହୀନକୁ ଦୃଷ୍ଟି ଶକ୍ତି ଫେରାଇବା ପାଇଁ ସୁଯୋଗ ଦେଇଛନ୍ତି। ଅମୃତ ଅଫେରା ରାଇଜକୁ ଚାଲିଯାଇଥିଲେ ହେଁ ସେ ଛାଡ଼ି ଯାଇଥିବା ଆଖରେ ଆଉ ଜଣେ ଦୁନିଆକୁ ଦେଖପାରିବ ।
ମଙ୍ଗଳାବାଗ ଖଣ୍ଡାୟତ ସାହି ଅଞ୍ଚଳର ପ୍ରବୋଧ ଲେଙ୍କାଙ୍କ ପୁଅ ଅମୃତ(୧୯) ଫୁଲନଖରାସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଓ ସମ୍ ହସ୍ପିଟାଲର- ଦ୍ଵିତୀୟ କ୍ୟାମ୍ପସ୍ର ବିଏସ୍ସି ନସିଂ ଛାତ୍ର । ଏପ୍ରିଲ ୪ ତାରିଖ ଅପରାହ୍ନରେ ସେ ଗାଡ଼ିରେ ଭଉଣୀଙ୍କୁ ବସାଇ ଫେରୁଥିବା ବେଳେ ପୀରବଜାର ନିକଟରେ ସଡ଼କ ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲେ। ଭଉଣୀ ଆହତ ହେବା ସହ ଘଟଣାସ୍ଥଳରେ ଅମୃତ ଗଭୀର ଆଘାତ ପାଇଥିଲେ। ତାଙ୍କୁ ଏସ୍ସିବି ମେଡିକାଲର ଟ୍ରମା କେୟାର ସେଣ୍ଟର୍ରେ ଭର୍ଜି କରାଯାଇଥିଲା। ଏଠାରେ ଚିକିତ୍ସା ଆଗରୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଅଭିଭାବକ ଏକମାତ୍ର ପୁଅକୁ ହରାଇ ଅମୃତଙ୍କ ଚକ୍ଷୁ ଦାନ ପାଇଁ ନିଷ୍ପତ୍ତି ନେଇଥିଲେ। ମେଡିସିନ୍ ବିଭାଗର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ଓ ସ୍ନାତକ ଡାକ୍ତରୀ ଛାତ୍ରଛାତ୍ରୀ ଅମୃତଙ୍କ ପରିବାର ଲୋକଙ୍କ ଏପରି ମହନୀୟତା ଉଦ୍ୟମକୁ ପ୍ରଶଂସା କରିଛନ୍ତି।