Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବେଆଇନ ଗୋ ଚାଲାଣ ପ୍ରତିବାଦରେ ବଜାର ବନ୍ଦ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବେଆଇନ ଗୋ ଚାଲାଣ ପ୍ରତିବାଦରେ ବଜାର ବନ୍ଦ

ବେଆଇନ ଗୋ ଚାଲାଣ ପ୍ରତିବାଦରେ ବଜାର ବନ୍ଦ
ସାକ୍ଷିଗୋପାଳ : ବେଆଇନ ଗୋ ଚାଲାଣ, ଚୋରି ଏବଂ ଗୋହତ୍ୟା ରୋକିବାକୁ ସରକାରୀ କଟକଣା ରହିଛି। ମାତ୍ର ସାକ୍ଷିଗୋପାଳ ଅଞ୍ଚଳରେ ଏହା ପ୍ରଭାବଶୂନ୍ୟ ହୋଇଛି। ଗୋ- ତସ୍କର ମାନେ ବିଳମ୍ବିତ ରାତିରେ ବିଭିନ୍ନ ମାରଣାସ୍ତ୍ର ସହିତ ଓ ମୁଣ୍ଡରେ ବନ୍ଧୁକଲଗାଇ ରାତିରେ ଡାଲାଅଟେ ଓ ପିକଅପ୍ ଭ୍ୟାନରେ ରାସ୍ତା ଉପରୁ ଗାଈ, ଷଣ୍ଢ ଓ ଗୁହାଳରୁ ଛେଳି ଓ ମେଣ୍ଢା ବାରମ୍ବାର ଉଠାଇନେବା ଘଟଣାକୁ କେନ୍ଦ୍ରକରି ସାଧାରଣରେ ଅସନ୍ତୋଷ ଲାଗିରହିଛି । ଗୋ ଚୋରିରେ ବ୍ୟବହୃତ ଚାରିଚକିଆ ଯାନ ଗୁଡ଼ିକରେ ଦୁଇଚକିଆ ଓ ଅଲଗା ଗାଡ଼ି ନମ୍ବର ପ୍ଲେଟ ଲଗାଯାଇଥିବାରୁ ଗାଡ଼ି ନମ୍ବରରୁ ଚୋର ଧରିବା ସମ୍ଭବ ହେଉନାହିଁ । କିଛିଦିନ ତଳେ ଗୋରୁ ଚୋରିରେ ସମ୍ପୃକ୍ତ ଜଣେ ଯୁବକ ପ୍ରତିବାଦୀଙ୍କ ରୋଷର ଶିକାର ହୋଇ ଆହତ ହୋଇଥିବା ସମ୍ପର୍କରେ ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ସତ୍ୟବାଦୀ ପୁଲିସ ଜୟପୁର ପଞ୍ଚାୟତର ଜଣେ ଯୁବକଙ୍କୁ ଗିରଫ କରି ଗତ ଶୁକ୍ରବାର ଜେଲ୍‌କୁ ପଠାଇଛନ୍ତି। ଏହି ଘଟଣାରେ ଉତ୍ତେଜିତ ଶତାଧିକ ସ୍ଥାନୀୟଲୋକେ ଶନିବାର ସାକ୍ଷିଗୋପାଳ ବଜାର ବନ୍ଦକରି ପ୍ରତିକାର ଦାବିରେ ବିଭିନ୍ନ ସ୍ଲୋଗାନଦେଇ ବଜାର ପରିକ୍ରମା କରିଥିଲେ। ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ ପୁରୀର ଅତିରିକ୍ତ ଏସପି ସୁଶୀଲ କୁମାର ମିଶ୍ର, ପିପିଲି ଏସ୍‌ଡିପିଓ ଦେବାଶିଷ ମିଶ୍ର, ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରା ଉଭୟ ପକ୍ଷର ପ୍ରମୁଖ ବ୍ୟକ୍ତିଙ୍କୁ ନେଇ ଏକ ଶାନ୍ତିକମିଟି ମାଧ୍ୟମରେ ଘଟଣାର ସମାଧାନ ନିମନ୍ତେ ପ୍ରୟାସ କରିଥିଲେ।
ସତ୍ୟବାଦୀ ଥାନା ପରିସରରେ ଶାନ୍ତି କମିଟି ବୈଠକ ବସିଥିଲା । ଏଥ‌ିରେ ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ସତ୍ୟବାଦୀ ଅତିରିକ୍ତ ତହସିଲଦାର ରାଜେଶ ପ୍ରିୟଦର୍ଶୀ, ନୂତନ ଅତିରିକ୍ତ ତହସିଲଦାର ଓମ୍ ପ୍ରକାଶ ପରିଡ଼ା, ବିଜେପିନେତା ଦିପକ ଶତପଥୀ, ଉମେଶ ପ୍ରଧାନ, ଜାନକୀବଲ୍ଲଭ ବରାଳ, ପେଣ୍ଠପଡ଼ା ସରପଞ୍ଚ ଚିନ୍ମୟ ରାଉତ, ଜୟପୁର ସରପଞ୍ଚଙ୍କ ପ୍ରତିନିଧି ଦେବଦତ ସାମନ୍ତରାୟ ପୂର୍ବତନ
ସରପଞ୍ଚ ଅଶୋକ ରାଉତରାୟ ସାକ୍ଷିଗୋପାଳ ସେବାୟତ ସଂଘ ସମ୍ପାଦକ ପ୍ରତାପ ମହାପାତ୍ର, ଗଦାଧର ମହାପାତ୍ର, ବିଜୟ କୁମାର ନନ୍ଦ, ଯୁବ
ସଙ୍ଗଠକ ଭବାନୀ ଶଙ୍କର ନନ୍ଦ ଓ ଅପରପକ୍ଷର ମହମ୍ମଦ ଜିକରିଆ, ଅବଦୁଲ ରଜାକ୍ ଖାନ୍, ଜହର ଖାନ୍, ଶେଖ ଆଲିମ୍,ଏସ୍ ଖାନ୍,ଶେଖ ରସିଦଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ଉତ୍ତେଜନା ହ୍ରାସ କରିବା ପାଇଁ ଆଲୋଚନା କରିଥିଲେ। ପୁଲିସ ସହ ଶାନ୍ତି କମିଟି ସଦସ୍ୟ ପ୍ରତିପକ୍ଷଙ୍କ ମଧ୍ୟରେ ଶାନ୍ତିବଜାୟ ରଖୁବାକୁ ଉଦ୍ୟମ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Leave a Reply