ଅଖିଳ ଭାରତୀୟ ଆଶା କର୍ମଚାରୀ ମହାସଂଘ ର ତୃତୀୟ ତ୍ରୟ ବାର୍ଷିକ ଅଧିବେଶନ
ଭୁବନେଶ୍ଵର, ତା ୦୨/୦୩ : ଆଜି ଭୁବନେଶ୍ଵର ମଞ୍ଚେଶ୍ଵର ସ୍ଥିତ ଉତ୍କଳ ବିପନ୍ନ ସହାୟତା ସମିତି ସଭା ଗୃହ ରେ ଅଖିଳ ଭାରତୀୟ ଆଶା କର୍ମଚାରୀ ମହାସଂଘ ର ତୃତୀୟ ତ୍ରୟ ବାର୍ଷିକ ଅଧିବେଶନ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘ ର ଅଖିଳ ଭାରତୀୟ ସଭାପତି ହିରଣ୍ମୟ ପାଣ୍ଡ୍ୟା ମୁଖ୍ୟ ଅତିଥି ଭାବେ , ଓଡ଼ିଶା ସରକାର ଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ମୁକେଶ ମହାଲିଙ୍ଗ୍ ସମ୍ମାନୀତ ଅତିଥି ଭାବେ, ମୁଖ୍ୟ ବକ୍ତା ଭାବେ ଭାରତୀୟ ମଜଦୁର ସଂଘ ର ଅଖିଳ ଭାରତୀୟ ସହ ସାଧାରଣ ସମ୍ପାଦକ ସୁରେନ୍ଦ୍ର ପାଣ୍ଡେ , ସମ୍ମାନୀତ ଅତିଥି ଭାବେ ଭାରତୀୟ ମଜଦୂର ସଂଘ ର ରାଜ୍ୟ ସଭାପତି ବାଦଲ ମହାରଣା ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ ର ସାଧାରଣ ସମ୍ପାଦିକା କମଳା ବେହେରା ସ୍ଵାଗତ ଭାଷଣ ଦେଇଥିବାବେଳେ , ଉଦଘାଟନି ଭାଷଣରେ ଭାରତୀୟ ମଜଦୁର ସଂଘ ର ଅଖିଳ ଭାରତୀୟ ସଭାପତି ହିରଣ୍ମୟ ପାଣ୍ଡ୍ୟା , ଭାରତ ବର୍ଷ ରେ ଆଶା କର୍ମୀ ମାନଙ୍କ ଅବଦାନ ବିଷୟରେ ଆଲୋକପାତ କରିଥିଲେ , କୋଭିଡ ସମୟରେ ଆଶା କର୍ମୀ ମାନଙ୍କ ନିଶ୍ଵାର୍ଥପର ସେବା ପାଇଁ ସାରା ବିଶ୍ୱ ପ୍ରଶଂସା କରିଥିବା କଥା କହିଥିଲେ । ସଂଗଠନ କୁ ମଜବୁତ କରି ଆଗାମୀ ଦିନରେ ନିଜ ର ଦାବି ପୂରଣ ପାଇଁ ବଡ଼ ସମାବେଶ କରିବା ପାଇଁ ଆହ୍ୱାନ ଦେଇଥିଲେ। ଓଡ଼ିଶା ସରକାର ଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ମୁକେଶ ମହାଲିଙ୍ଗ୍ ଆଶା କର୍ମୀ ମାନଙ୍କ ସେବା ପାଇଁ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ। ସମସ୍ତ ରାଜ୍ୟ ର ଆଶା କର୍ମୀ ମାନଙ୍କ ଭତ୍ତା ବିଷୟ ରେ ପଚାରି ବୁଝିବା ସହ ଓଡ଼ିଶା ର ଆଶା କର୍ମଚାରୀମାନଙ୍କ ପାଇଁ ଓଡିଶା ସରକାର ନିଶ୍ଚିତ ଭାବରେ ବଡ଼ ପଦକ୍ଷେପ ନେବେ ବୋଲି କହିଥିଲେ । ଏହା ସହ ସେ ଭାରତୀୟ ମଜଦୁର ସଂଘ ର ରୀତି ନୀତି କୁ ପ୍ରଶଂସା କରିବା ସହ ରାଷ୍ଟ୍ର ହିତ ରେ ଭାରତୀୟ ମଜଦୁର ସଂଘ ର ଅବଦାନ କୁ ସ୍ମରଣ କରିଥିଲେ। ରାଜ୍ୟ ସଭାପତି ବାଦଲ ମହାରଣା ଓଡ଼ିଶା ର ଆଶା କର୍ମୀ ମାନଙ୍କ ସଂଗଠନ ଆହୁରି ମଜବୁତ କରିବା ପାଇଁ ଆହ୍ୱାନ ଦେଇଥିଲେ।