ବାଂଲାଦେଶୀ, ରୋହିଙ୍ଗୋଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଶାହ

ବାଂଲାଦେଶୀ, ରୋହିଙ୍ଗୋଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଶାହ
ନୂଆଦିଲ୍ଲୀ, ୨୮/୨ ଗୃହମନ୍ତ୍ରୀ ଅମିତ ଶାହ ଆଜି ଦିଲ୍ଲୀ ପୁଲିସର ଶୀର୍ଷ ଅଧିକାରୀମାନଙ୍କୁ ବାଂଲାଦେଶୀ ଏବଂ ରୋହିଙ୍ଗାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବାଂଲାଦେଶୀ ଏବଂ ରୋହିଙ୍ଗାଙ୍କ ସମେତ ଦିଲ୍ଲୀରେ ଥିବା ବେଆଇନ ପ୍ରବାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତ୍ବରାନ୍ବିତ କରିବାକୁ ଶାହ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଶାହ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି। ବୈଠକରେ ଶାହ କହିଛନ୍ତି ଯେ ବେଆଇନ ଅନୁପ୍ରବେଶକାରୀ ପ୍ରସଙ୍ଗ ସିଧାସଳଖ ଭାବେ ଜାତୀୟ ସୁରକ୍ଷା ସହ ଜଡ଼ିତ ଏବଂ ଏହାର କଡ଼ା ମୁକାବିଲା କରାଯିବା ଉଚିତ। ଶାହ । ସ୍ପଷ୍ଟ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ସହରରେ ବେଆଇନ ପ୍ରବାସୀଙ୍କୁ ଚିହ୍ନଟ କରି ସେମାନଙ୍କୁ ପ୍ରତ୍ୟର୍ପଣ କରାଯିବା ଉଚିତ। ବୈଠକରେ ଯୋଗ ଦେଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଦେଶରେ ବେଆଇନ ପ୍ରବାସୀ ଆଶ୍ରୟ ନେବା ଦିଗରେ ସହଯୋଗ କରିଥିବା ଏବଂ ସେମାନଙ୍କୁ କାଗଜପତ୍ର ଦେଇଥିବା ସମଗ୍ର ନେଟୱର୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ା ୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଚାଲିଥିବା ବୈଠକରେ ଅମିତ ଶାହ ଦିଲ୍ଲୀ ସରକାରୀ ଅଧିକାରୀମାନଙ୍କୁ ଦିଲ୍ଲୀ ପୁଲିସ ସହ ତାଳମେଳ ରଖି କାମ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *