Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଡିଜିଟାଲ ପ୍ଲାଟଫର୍ମରେ ‘ଅଶ୍ଳୀଳତା ଓ ହିଂସା’ ପ୍ରଦର୍ଶିତକୁ ବନ୍ଦ କରିବା ପାଇଁ କଠୋର ନିୟମ ଆସିବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଡିଜିଟାଲ ପ୍ଲାଟଫର୍ମରେ ‘ଅଶ୍ଳୀଳତା ଓ ହିଂସା’ ପ୍ରଦର୍ଶିତକୁ ବନ୍ଦ କରିବା ପାଇଁ କଠୋର ନିୟମ ଆସିବ

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଡିଜିଟାଲ ପ୍ଲାଟଫର୍ମରେ ‘ଅଶ୍ଳୀଳତା ଓ ହିଂସା’ ପ୍ରଦର୍ଶିତ ହେଉଥିବା ଅଭିଯୋଗ ମଧ୍ୟରେ କ୍ଷତିକାରକ ବିଷୟବସ୍ତୁକୁ ନିୟନ୍ତ୍ରଣ କରିବା ପାଇଁ ଏକ ନୂତନ ଆଇନଗତ ଢାଞ୍ଚାର ଆବଶ୍ୟକତା ନେଇ ଯାଞ୍ଚ କରୁଛି। ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଧ୍ୟକ୍ଷତାରେ ଗଠିତ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ସଂକ୍ରାନ୍ତ ସ୍ଥାୟୀ କମିଟି ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନର ଆଇନ ଅନୁଯାୟୀ କେତେକ ବ୍ୟବସ୍ଥା ଥିବା ବେଳେ ଏଭଳି କ୍ଷତିକାରକ ବିଷୟବସ୍ତୁକୁ ନିୟନ୍ତ୍ରଣ କରିବା ପାଇଁ  ଏକ କଠୋର ଓ ପ୍ରଭାବଶାଳୀ ଆଇନଗତ ଢାଞ୍ଚା ଆବଶ୍ୟକ।

ଏହାକୁ ନେଇ ବିଭିନ୍ନ ମହଲରୁ ଦୃଢ଼ ଦାବି ହେଉଥିବା ଦୁବେ କହିଛନ୍ତି। ମନ୍ତ୍ରଣାଳୟ ଏହି ଘଟଣାକୁ ଗୁରୁତ୍ୱ ଦେଇଛି ଏବଂ ବର୍ତ୍ତମାନର ବୈଧାନିକ ବ୍ୟବସ୍ଥା ଏବଂ ଏକ ନୂତନ ଆଇନଗତ ଢାଞ୍ଚାର ଆବଶ୍ୟକତାକୁ ଯାଞ୍ଚ କରିବା ପ୍ରକ୍ରିୟାରେ ଅଛି। ମନ୍ତ୍ରଣାଳୟ କହିଛି ଯେ ପୂର୍ବରୁ ଅନେକ ହାଇକୋର୍ଟ ଓ ସୁପ୍ରିମ୍‌କୋର୍ଟ, ସାଂସଦ ଓ ଜାତୀୟ ମହିଳା ଆୟୋଗ ଭଳି ବୈଧାନିକ ସଂସ୍ଥା ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ସୋସିଆଲ ମିଡିଆ ପ୍ରଭାବକ ରଣବୀର ଆଲ୍ଲାହବାଦିଆଙ୍କ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହେବା ପରେ ସରକାର ଏ ବାବଦ ଆଇନକୁ କଠୋର କରିବାକୁ ପଦକ୍ଷେପ ନେଉଛନ୍ତି।

Leave a Reply