Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବାଲିଚନ୍ଦ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୪ ତମ ବାର୍ଷକ ଉତ୍ସବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବାଲିଚନ୍ଦ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୪ ତମ ବାର୍ଷକ ଉତ୍ସବ

ବାଲିଚନ୍ଦ୍ରପୁର : ବଡଚଣା ଶିକ୍ଷା ମଣ୍ଡଳ ଅଧିନସ୍ଥ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବାଲିଚନ୍ଦ୍ରପୁର ତାର ୩୪ ତମ ବାର୍ଷିକ ଉସôବ ବିଦ୍ୟାମନ୍ଦିରର ପରିଚାଳନା ସମିତି ସଭାପତି ଶିଶୁ ସାହିତ୍ୟିକ ଡଃ. ବସନ୍ତ କିଶୋର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉସôବକୁ ମୁଖ୍ୟ ଅତିଥି ବିଶିଷ୍ଟ ଶିକ୍ଷାବିତ୍ , ସ୍ତମ୍ଭକାର ଓ ଶିଶୁ ସାହିତ୍ୟିକ ଦାଶ ବେନ୍ହୁର ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ତାଙ୍କର ଅଭିଭାଷଣରେ ବିଦ୍ୟାମନ୍ଦିର ସଫଳତା ଓ ଶିକ୍ଷା ବିକାଶ ସମିତି ଓଡିଶାର ମାର୍ଗ ଦର୍ଶନକୁ ଭୁୟଂସି ପ୍ରଶଂସା କରିବା ସହିତ ପ୍ରକୃତ ଶିକ୍ଷାର ସଂଜ୍ଞା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ବର୍ଣ୍ଣାଢ୍ୟୟ ଉସôବରେ ମୁଖ୍ୟ ବକ୍ତାଭାବେ ଶିକ୍ଷାବିକାଶ ସମିତି ଓଡିଶାର ଉତରପୂର୍ବ ସମ୍ଭାଗର ସଦସ୍ୟା ସୁଶ୍ରୀ ଇନ୍ଦୁମତି ଦାଶ ଶିଶୁ ମାନଙ୍କର ଉଜ୍ୱଳ ଭବିଷ୍ୟତ , ଗୁରୁଜୀ , ଗୁରୁମା ଓ ଅଭିଭାବକଙ୍କ ମାର୍ଗଦର୍ଶନ ଉପରେ ନିର୍ଭର କରେ ବୋଲି ମତପୋଷଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ପତ୍ରିକା ସଂପାଦକ , ଗୁରୁଜୀ କ୍ଷେତ୍ରବାସୀ ଜେନାଙ୍କ ସଂପାଦିତ ବିଦ୍ୟାଳୟର ବାର୍ଷିକ ମୁଖପତ୍ର “ସଂସ୍କୃତି”ର ୨୮ ତମ ସଂସ୍କରଣ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହେବା ସହିତ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରି ବିଦ୍ୟାଳୟର ସୁନାମ ଆଣିଥିବା ପୂର୍ବଛାତ୍ର , ଛାତ୍ରୀ ଓ ଅଧ୍ୟୟନରତ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର , ଟ୍ରଫି ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ବେଳେ ବିଦ୍ୟାମନ୍ଦିରର ବିକାଶରେ ସହଯୋଗର ହାତ ବଢାଇ ଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଚାଳନା ସମିତିର ସମ୍ପାଦକ ନାରାୟଣଚନ୍ଦ୍ର ପଣ୍ଡା ମଂଚାସିନ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ କୃତ୍ତିବାସ ରାଉତ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ବାର୍ଷିକ ଉସôବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବା ସହିତ ବାଲିଚନ୍ଦ୍ରପୁର ସଂକୂଳ ପ୍ରମୁଖ ଅଧ୍ୟାପକ ଶ୍ରୀଯୁକ୍ତ ସଂଗ୍ରାମ କିଶୋର ପରିଡା ଉପଦେଷ୍ଟା ସର୍ବ ଶ୍ରୀଯୁକ୍ତ ପ୍ରତାପଚନ୍ଦ୍ର ପରିଡା , ଶରତଚନ୍ଦ୍ର ପୃଷ୍ଟି, ବିପିନ୍ ବିହାରୀ ବଳ , ପ୍ରଭାତ କୁମାର ବଳ , ନିରଜଂନ ମହାନ୍ତି , ହିମାଂଶୁ ଶେଖର ବଳ , ପରିଚାଳନା ସମିତିର ଯୁଗ୍ମ ସମ୍ପାଦକ ସତ୍ୟାନନ୍ଦ ମଲିକ , ସଦସ୍ୟା ରାଜଲକ୍ଷ୍ମୀ ସାହୁ , ପୂର୍ବତନ ଯୁଗ୍ମ ସମ୍ପାଦକ ଉମେଶଚନ୍ଦ୍ର ରାଉତ ଯୋଗଦାନ ପୂର୍ବକ ସହଯୋଗ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ବରିଷ୍ଠ ଆଚାର୍ଯ୍ୟ ଦେବେନ୍ଦ୍ରନାଥ ପଣ୍ଡା ଓ ସୁପ୍ରୀତି ମହାନ୍ତି କରିଥିବା ବେଳେ ପରିଚାଳନା ସମିତିର କୋଷାଧ୍ୟକ୍ଷ ଉକôଳ କୁମାର ବଳ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଶିଶୁ କଳାକାର ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କ ହୃଦୟକୁ ଖୁବ୍ ଆକର୍ଷିତ କରିଥିଲା । କାର୍ଯ୍ୟକ୍ରମର ସଫଳତାରେ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ସେବକ ସେବିକା ପୁର୍ଣ୍ଣ ସହଯୋଗ କରିଥିଲେ ।

Leave a Reply