Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାଣ୍ଡିଆନ ଓ କାମିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନର ଗଣବିକ୍ଷୋଭ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାଣ୍ଡିଆନ ଓ କାମିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନର ଗଣବିକ୍ଷୋଭ

ଭୁବନେଶ୍ୱର : ଭି.କେ.ପାଣ୍ଡିଆନ ପୁରୀର ବିଶ୍ୱପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରେ କାମିଆ ଜାନିଙ୍କୁ ନେଇ ଯିବା ଘଟଣାକୁ ନେଇ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ରାଜଧାନୀର ମାଷ୍ଟର କ୍ୟାଂଟିନ ଛକରେ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଭି.କେ. ପାଣ୍ଡିଆନ ଓ କାମିଆ ଜାନିଙ୍କ ବିରୋଧରେ କାର୍ଯାନୁଷ୍ଠାନ ନେବାକୁ ସଂଗଠନ ଦାବି କରିଛି । ଗୋ ମାଂସର ପ୍ରଚାର କରୁଥିବା ବ୍ଲଗର କାମିଆ ଜାନିଙ୍କ ଦ୍ୱାରା ଜଗନ୍ନାଥ ସଂସ୍କୃତି ଏବଂ ମହାପ୍ରସାଦର ପ୍ରଚାର ପ୍ରସାର ସନାତନୀଙ୍କୁ ଦୁଃଖ ଦେଇଛି । ଏହା ଲକ୍ଷ ଲକ୍ଷ ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଛି । ତେଣୁ କାମିଆଙ୍କ ବିରୋଧରେ ମାମଲା ସହ ମନ୍ଦିରକୁ ପ୍ରବେଶ କରିଥିବା ପାଣ୍ଡିଆନଙ୍କ ବିରୋଧରେ ମଧ୍ୟ ମାମଲା ପାଇଁ ଦାବି କରାଯାଇଛି । ସନାତନ ପରମ୍ପରା ତଥା ଶ୍ରୀଜଗନ୍ନାଥ ସଂସ୍କୃତି ବିରୋଧୀ କାର୍ଯ୍ୟରେ ଲିପ୍ତ ବ୍ୟକ୍ତି ବିଶେଷଙ୍କୁ ସାମାଜିକ ବାସନ୍ଦ କରାଯାଉ ଏବଂ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ରାଜ୍ୟ ସରକାର ଏଭଳି ହିନ୍ଦୁ ବିରୋଧୀ ମାନସିକତାରୁ ନିବୃତ ରୁହନ୍ତୁ ବୋଲି ଗଣ ବିକ୍ଷୋଭରେ ଦାବି କରାଯିବା ସଂଗେସଂଗେ ଏହି ଆନ୍ଦୋଳନକୁ ରାଜ୍ୟ ବ୍ୟାପୀ କରାଯିବ ବୋଲି ଶ୍ରୀମନ୍ଦିର ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଚେତେଇ ଦିଆଯାଉଛି ।

Leave a Reply