Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
 ଆମେରିକାର ‘ୟୁଏସ୍‌ଏଡ୍‌ ପାଣ୍ଠି’ ହାସଲ କରିଥିବା ବ୍ୟକ୍ତିଙ୍କ ପର୍ଦ୍ଦାଫାସ କରାଯାଉ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

 ଆମେରିକାର ‘ୟୁଏସ୍‌ଏଡ୍‌ ପାଣ୍ଠି’ ହାସଲ କରିଥିବା ବ୍ୟକ୍ତିଙ୍କ ପର୍ଦ୍ଦାଫାସ କରାଯାଉ

ନୂଆଦିଲ୍ଲୀ: ଭାରତର ନିର୍ବାଚନ ପ୍ରକ୍ରିୟାରେ ବିଦେଶୀ ହସ୍ତକ୍ଷେପକୁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ତୀବ୍ର ନିନ୍ଦା କରିବା ସହ ଏହାକୁ ଗଣତନ୍ତ୍ର ଉପରେ ଏକ ନିର୍ମମ ଆକ୍ରମଣ ବୋଲି କହିଛନ୍ତି। ଭାରତର ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବା ପାଇଁ  ଆମେରିକାର ‘ୟୁଏସ୍‌ଏଡ୍‌ ପାଣ୍ଠି’ ହାସଲ କରିଥିବା ବ୍ୟକ୍ତିଙ୍କ ପର୍ଦ୍ଦାଫାସ କରିବା ନିମନ୍ତେ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଉପରାଷ୍ଟ୍ରପତି ଅନୁରୋଧ କରିଛନ୍ତି। ଭାରତ ମଣ୍ଡପମ୍‌ଠାରେ ମେଡିଟେସନ୍ ଲିଡର୍ସର ଗ୍ଲୋବାଲ କନ୍‌ଫରେନ୍ସରେ ଯୋଗଦେଇ ୟୁଏସଏଡ୍‌ ପାଣ୍ଠି ଆବଣ୍ଟନ ସମ୍ପର୍କରେ ଧନଖଡ଼ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନକୁ ଉଲ୍ଲେଖ କରି ଏହା ଅତି ସାଂଘାତିକ ମାମଲା ବୋଲି କହିଛନ୍ତି।। ଧନଖଡ଼ ଆଶ୍ଚର୍ଯ୍ୟ ପ୍ରକଟ କରି କହିଛନ୍ତି, ନିକଟରେ ଭାରତର ନିର୍ବାଚନକୁ ପ୍ରଭାବିତ କରାଯାଇଥିବା ନେଇ ଯେଉଁ ତଥ୍ୟ ପ୍ରଘଟ ହୋଇଛି, ତାହା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଛି। ଆମେରିକାର ରାଷ୍ଟ୍ରପତି ଅତ୍ୟନ୍ତ ଗମ୍ଭୀରତାର ସହ ଯାହା ପ୍ରକାଶ କରିଛନ୍ତି ତାହା ହେଉଛି ଆମ ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ନିୟନ୍ତ୍ରଣ ଏବଂ ହସ୍ତକ୍ଷେପ କରିବାକୁ ଚେଷ୍ଟା କରାଯାଇଥିଲା।

ଆମ ନିର୍ବାଚନ ବ୍ୟବସ୍ଥାର ପବିତ୍ରତାକୁ ନଷ୍ଟ କରିବା ପାଇଁ ବିଦେଶୀ ଅନୁଦାନ ବିନିଯୋଗ ହୋଇଥିଲା। ଭାରତର କେଉଁସବୁ ସଂସ୍ଥା ଏହି ଅର୍ଥ ହାସଲ କରି ଦେଶବିରୋଧୀ କାର୍ଯ୍ୟ କରିଛନ୍ତି ସେମାନଙ୍କ ନାମ ପ୍ରକାଶ ହୋଇନଥିଲେ ମଧ୍ୟ ଏଥିପାଇଁ ଦାୟୀ ବ୍ୟକ୍ତିମାନଙ୍କୁ ଉତ୍ତରଦାୟୀ କରିବାର ଆବଶ୍ୟକତା ଉପରେ ଉପରାଷ୍ଟ୍ରପତି ଗୁରୁତ୍ବାରୋପ କରିଛନ୍ତି। ସେ କହିଛନ୍ତି, ମୁଁ ନିଶ୍ଚିତ ଯେ ଭାରତର ନିର୍ବାଚନ ବ୍ୟବସ୍ଥାକୁ ପ୍ରଭାବିତ କରିବା ପାଇଁ କୌଣସି ପ୍ରଭାବଶାଳୀ ବ୍ୟକ୍ତି ଏହା ପଛରେ ଅଛନ୍ତି। ଏଥିପାଇଁ ଯେଉଁ ପାଣ୍ଠି ଆସିଥିଲା ତାହା ଏକ ଛୋଟ ପରିମାଣ ନୁହେଁ। ଆମେ ଚାଣକ୍ୟଙ୍କ ଶିକ୍ଷାକୁ ଗ୍ରହଣ କରିବା ଉଚିତ ଏବଂ ଆମକୁ ଏହି ମାମଲାରେ ମୂଳକୁ ଯିବାକୁ ହେବ। ଏଭଳି ଦେଶ ବିରୋଧୀ ଶକ୍ତିଙ୍କୁ ମୂଳରୁ ନଷ୍ଟ କରାଯିବା ଦରକାର ବୋଲି ସେ କହିଛନ୍ତି।

ଉପରାଷ୍ଟ୍ରପତି ୟୁଏସ୍‌ଏଡ୍‌ ପାଣ୍ଠିର ଯାଞ୍ଚ ଏବଂ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା ବିରୋଧରେ କାମ କରିଥିବା ବ୍ୟକ୍ତିଙ୍କ ମୁଖା ଖୋଲିଦେବା ଆମର କର୍ତ୍ତବ୍ୟ ବୋଲି କହି ଉପରାଷ୍ଟ୍ରପତି କହିଛନ୍ତି ଯେ ଭାରତ ଏଭଳି ଶକ୍ତି ବିରୋଧରେ ପ୍ରତିଶୋଧ ନେବା ଉଚିତ ଏବଂ ସେମାନଙ୍କୁ ପଦାରେ ପକାଇବା ପାଇଁ ସବୁ ପ୍ରୟାସ ହେବା ଆବଶ୍ୟକ। ୟୁଏସ୍‌ଏଡ୍‌ ପାଣ୍ଠି ଜରିଆରେ ଭାରତର ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବା ପାଇଁ ବାହ୍ୟ ପ୍ରୟାସକୁ ନେଇ ବିବାଦ ବଢ଼ୁଥିବା ବେଳେ ଉପରାଷ୍ଟ୍ରପତି ଏଭଳି ବୟାନ ରଖିଛନ୍ତି।

Leave a Reply