Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ହିନ୍ଦୁ ଜାଗିଲେ ଦେଶ ଜାଗିବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ହିନ୍ଦୁ ଜାଗିଲେ ଦେଶ ଜାଗିବ


ଖୋର୍ଦ୍ଧା: ‘ହିନ୍ଦୁ ଜାଗିଲେ ଦେଶ ଜାଗିବ’ ବୋଲି ହିନ୍ଦୁ ଜାଗରଣ ମଞ୍ଚ ଆନୁକୂଲ୍ୟରେ ଛତ୍ରପତି ଶିବାଜୀଙ୍କ ୩୯୫ ତମ ଜୟନ୍ତୀ ପାଳନ ଅବସରରେ ମଞ୍ଚାସୀନ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଖୋର୍ଦ୍ଧା ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ଗୁରୁବାର ଏକ ମଶାଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ହିନ୍ଦୁ ସମାଜର ଜୟଗାନ କରିଥିଲେ। ସହର ପରିକ୍ରମା କରି ଶୋଭାଯାତ୍ରା ସ୍ଥାନୀୟ ଗୀତା ଭବନ ପଡ଼ିଆରେ ପହଁଚିବା ପରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଅର୍ଥ ବିଭାଗର ଅବସରପ୍ରାପ୍ତ ଅତିରିକ୍ତ ସଚିବ ଚିତ୍ତରଞ୍ଜନ ହୋତା ମୁଖ୍ୟ ଅତିଥ୍ୟ ଭାବେ ଯୋଗଦେଇ ଛତ୍ରପତି ଶିବାଜୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ବକ୍ତା ଭାବେ ସ୍ତମ୍ଭକାର ଉମାଶଙ୍କର ପ୍ରସାଦ ଛତ୍ରପତି ଶିବାଜୀ ମହାରାଜଙ୍କ ଗୁରୁ ସମର୍ଥ ରାମଦାସ ଙ୍କ ଆଶୀର୍ବାଦ ବଳରେ କିପରି ଶିବାଜୀ ମୋଗଲଙ୍କୁ ପରାହତ କରି ମରହଟ୍ଟା ସମ୍ରାଜ୍ୟ ପ୍ରତିଷ୍ଠା କରି ହିନ୍ଦୁଙ୍କ ଭିତରେ ନବ ଜାଗରଣ ସୃଷ୍ଟି କରିଥିଲେ ସେ ବିଷୟରେ ଆଲୋକ ପାତ କରିଥିଲେ। ମୁଖ୍ୟ ବକ୍ତା ଭାବେ ହିନ୍ଦୁ ଜାଗରଣ ମଞ୍ଚର ପ୍ରାନ୍ତ ସଂଗଠନ ମନ୍ତ୍ରୀ ତନ୍ମୟ କୁମାର ଦାସ ଯୋଗଦେଇ ଆଜି ସମଗ୍ର ହିନ୍ଦୁ ସମାଜ ଜାଗି ଉଠିବାର ସମୟ ଆସିଛି ବୋଲି କହିଥିଲେ। ରାଜ୍ୟ ସହସଂଯୋଜକ ବିଭୁଧେନ୍ଦ୍ର ଛୋଟରାୟ ଶିବାଜୀଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ
ଜାଗରଣ ମଞ୍ଚର ଶପଥ ପାଠ କରାଇଥିଲେ । ଏ ସମସ୍ତ ମଞ୍ଚ କାର୍ଯ୍ୟକ୍ରମକୁ ସ୍ଵାଗତିକା ସୁନ୍ଦରାୟ ପରିଚାଳନା କରିଥିଲେ।
ଅବସରରେ ଶିବାଜୀଙ୍କ ଉପରେ ଏକ ନାଟକ ପରିବେଷିତ ହେବା ସହ ଓଡଶୀ ଓ ପାଇକ ଆଖଡା ପରିବେଷିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ହିନ୍ଦୁ
ଜାଗରଣ ମଞ୍ଚର ଆଦି ମହାରଣା, ସୌମ୍ୟରଞ୍ଜନ ମହାପାତ୍ର, ଶୁଭମ ରାମ, ସୁଧାଂଶୁ ପ୍ରଧାନ ପ୍ରମୁଖ ଶୋଭାଯାତ୍ରା ପରିଚାଳନା କରିଥିଲେ।

Leave a Reply