Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନିମାପଡ଼ା ଅଂଚଳରେ ଚିନ୍ତା ବଢାଇଛନ୍ତି ବାଂଲାଦେଶୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନିମାପଡ଼ା ଅଂଚଳରେ ଚିନ୍ତା ବଢାଇଛନ୍ତି ବାଂଲାଦେଶୀ


ପୁରୀ ଜିଲ୍ଲା ନିମାପଡା ଅଂଚଳରେ ଅନେକ ବାଳାଂଦେଶୀ ଆସ୍ଥାନ ଜମାଇ ରହିଥିବା ବେଳେ ଏହି ବାଲାଂଦେଶୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି । ରାହାଜାନୀ ଠାରୁ ଆରମ୍ଭ କରି ଡକାୟତି ପର୍ଯ୍ୟନ୍ତ ବାଲାଂଦେଶୀ ସମ୍ପୃକ୍ତ ଥିବାବେଳେ କେତେକ ଓଡିଆଙ୍କୁ ଚୋରି, ଡକାୟତିରେ ସାମିଲ କରିବା ସହ ଧଳାଜହର ବ୍ୟବସାୟରେ ସ୍ଥାନୀୟ ଲୋକମାନଙ୍କୁ ଉସୁକାଉଛନ୍ତି । ରାତ୍ର ଅଧରେ ବାଲଂଦେଶୀମାନେ ବିଭିନ୍ନ ଅଂଚଳରେ ସନ୍ଦିଗ୍ଧ ଭାବେ ବୁଲୁଛନ୍ତି । ବେଳେ କେତେକ ବାଲାଂଦେଶୀ ମହିଳା ମୁହଁରେ କଳା ରୁମାଲୁ ଗୁଡାଇ ସନ୍ଦିଗ୍ଧ ଭାବେ ଦିନ ରାତି ବୁଲଛନ୍ତି । ଏହି ବାଲାଂଦେଶୀମାନଙ୍କ କେଉଁ ଦେଶ କିମ୍ବା କାହା ସହିତ ଲିଙ୍କ ରହିଛି, ପ୍ରଶାସନ ଚଢାଉ କରି ସେମାନଙ୍କ ମୋବାଇଲକୁ ଯାଂଚ କଲେ ଗୁମର ଜଣାପଡିବ ବୋଲି କୁହାଯାଉଛି । ନିମାପଡ଼ା ଗୋଲେଇ ଛକ ଠାରେ ଜଣେ ବ୍ୟକ୍ତି ବାଲାଂଦେଶୀମାନଙ୍କୁ ଜାଗା ଦେଇଥିବାରୁ ବାଲାଂଦେଶୀମାନେ ଏକ ବିରାଟ ବସ୍ତି କରି ଏଠାରେ ରହୁଥିବା ବେଳେ ପ୍ରତ୍ୟେକ ଦିନ ଏହି ବସ୍ତିରେ ଅନୈତିକ କାର୍ଯ୍ୟ ସାଙ୍ଗକୁ ଧଳାଜହର କାରବାର ବଢ଼ିଚାଲିଛି । ନିମାପଡ଼ା ମହିଳା ବିଦ୍ୟାଳୟ ପଛପଟେ ଥିବା ରେଣ୍ଢା ପୋଖରୀ ଚାରିପଟେ ଅନେକ ବାଲାଂଦେଶୀ ଆତ୍ମଗୋପନ କରି ରହିଛନ୍ତି । ଦିନଯାକ ଘରେ ରହୁଥିବା ବେଳେ ରାତ୍ର ୧୦ଟା ପରେ ଏମାନେ ବୁଲାଚଲା କରିବା ଫଳରେ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି । ଅନେକ ବାଲାଂଦେଶୀ ମିସ୍ତ୍ରୀ କାମ କରିବା ଲାଗି ଅନେକ କଲୋନୀର ରହୁଛନ୍ତି । ବାଲାଂଦେଶୀ ହଟାଅ ନାରା ଚାଲିଥିବା ବେଳେ ପ୍ରଶାସନ ଏମାନଙ୍କ ପ୍ରତି କଣ ପାଇଁ ଅନୁଦାନ ଦେଖାଉଛି ସେଥିପାଇଁ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି । ଖାଲି ଜମିରେ ବାଲାଂଦେଶୀ ମାନେ ରହି କ’ଣ ପାଇଁ ଘରଭଡା ଦେଉଛନ୍ତି, ବସ୍ତି ଭିତରେ କ’ଣ ଚାଲିଛି, ତାହା ସନ୍ଦେହ ପ୍ରକଟ କରିଛି । ନିମାପଡ଼ା ରେଣ୍ଢା ପୋଖରୀ ହୁଡାରେ ଅନେକ ବାଲାଂଦେଶୀ ଆତ୍ମଗୋପନ କରି ରହୁଛନ୍ତି । କଲୋନୀମାନଙ୍କରେ ମଧ୍ୟ କେତେକ ବ୍ୟକ୍ତି ବଂଲାଂଦେଶୀମାନଙ୍କୁ ଅଧିକା ଦାମ୍‌ରେ ଘରଭଡା ଦେଇଛନ୍ତି । ଅନେକ ହୋଟେଲ ଓ ସାଉଥ ଇଣ୍ଡିଆନରେ ବାଲାଂଦେଶୀ କାର୍ଯ୍ୟ କରୁଥିବା ନଜରକୁ ଆସିଛି । ତହସିଲଦାରଙ୍କ ଦ୍ୱାରା କିଛି ସର୍ଭେ କରାଯାଇଥିଲେ ମଧ୍ୟ କ’ଣ ପାଇଁ ବାଲାଂଦେଶୀଙ୍କୁ ନିମାପଡାରୁ ହଟାଯାଉ ନାହିଁ ବୋଲି ସ୍ଥାନୀୟ ଗ୍ରାମବାସୀମାନେ ପ୍ରଶ୍ନ କରିଛନ୍ତି ।

Leave a Reply