Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସମସ୍ୟା ବଢାଉଛନ୍ତି ବାଂଲା ଅନୁପ୍ରବେଶକାରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସମସ୍ୟା ବଢାଉଛନ୍ତି ବାଂଲା ଅନୁପ୍ରବେଶକାରୀ


ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ବାଲେଶ୍ୱର ଜିଲ୍ଲାର ୮୦କିମି ବ୍ୟାପ୍ତ ବେଳାଭୂମି କୂଳେକୂଳେ ଏମାନେ ଘରଦ୍ୱାର କରି ରହିବା ସହ ବେପାରବଣିଜ ଚଳାଇଛନ୍ତି । ଏଥିସହ ସେମାନଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢାଇବାରେ ଲାଗିଛନ୍ତି । ଏକଥାକୁ ସ୍ୱୀକାର କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବାଲେଶ୍ୱର ଜିଲ୍ଲାର ବରଜଦେଉଳି, ବଳରାମଗଡ଼ି, କଷାଫଳ,ପରଖି, ଗଳାପୋଲ, ଖଡୁସାହି ଓ ରେମୁଣା ଅଞ୍ଚଳରେ ଏହି ଅନୁପ୍ରବେଶକାରୀମାନେ ଆଡ୍ଡା ଜମାଇଛନ୍ତି । ସମୁଦ୍ର ଉପକୂଳ ଏବେ ସେମାନଙ୍କ କବ୍‌ଜାରେ । ରାଜସ୍ୱମନ୍ତ୍ରୀ କହିଛନ୍ତି ଯେ ବାଂଲାଦେଶୀଙ୍କ ଅନୁପ୍ରବେଶ ଏକ ବଡ଼ ସମସ୍ୟା ରୂପେ ଉଭା ହୋଇଛି । ରାଜ୍ୟ ସରକାର ସେମାନଙ୍କୁ ଠାବ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏ ନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ଜାରି ରହିଛି ଓ ଖୁବ୍‌ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଏହି ବାଂଲାଦେଶୀ ଅନୁପ୍ରବେଶକାରୀମାନେ ଏଠାରେ ରହିବା ସହ ଭୋଟର କାର୍ଡଠାରୁ ଆରମ୍ଭ କରି ଆଧାର କାର୍ଡ ଓ ରାସନ କାଡ ମଧ୍ୟ ହାତେଇଛନ୍ତି । ସେମାନେ ସରକାରଙ୍କ ସମସ୍ତ ଯୋଜନାରୁ ଲାଭବାନ ହେବା ସହ ଯାଗାବାଡ଼ି କିଣି ଘରଦ୍ୱାର କରି ସାରିଲେଣି । ସ୍ଥାନୀୟ ଲୋକ କହିଛନ୍ତି ଯେ ଅନୁପ୍ରବେଶକାରୀମାନେ ସ୍ଥାନୀୟ ଲୋକଙ୍କ ସହ ଝଗଡ଼ାଝାଂଟି କରୁଛନ୍ତି ଓ ସେମାନଙ୍କ ଯୋଗୁ ଚୋରି, ଡକାୟତି, ନିଶା କାରବାର ବୃଦ୍ଧି ପାଇଛି । ରାଜ୍ୟ ସରକାର କେବଳ ଚିହ୍ନଟ କରିବା କଥା କାଗଜ କଲମରେ କହୁଛନ୍ତି । ସରକାର ସେମାନଙ୍କୁ ଚିହ୍ନଟ କରି ସେମାନଙ୍କ ସଂପର୍କରେ ସଠିକ ବିବରଣୀ ହାସଲ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।

Leave a Reply