Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଖରାଦିନେ ଦହିକୁ କିପରି କରିବେ ବ୍ୟବହାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଖରାଦିନେ ଦହିକୁ କିପରି କରିବେ ବ୍ୟବହାର

ସାଧାରଣତଃ ଗୀ୍ରଷ୍ମ ଋତୁରେ ସମସ୍ତଙ୍କର ମନ ହୋଇଥାଏ ଥଣ୍ଡାଜାତୀୟ ପାନୀୟ ଜଳ ପିଇବାକୁ । କିଛି କୋଲ୍ଡ ଡ୍ରିଙ୍କ୍ସ ଭଲ ପାଉଥିବାବେଳେ କିଛି ଲୋକ ଦହିକି ପସନ୍ଦ କରନ୍ତି । ଦହିରେ ଲସି ପ୍ରସ୍ତୁତ କରି ପିଇଥାନ୍ତି । କିନ୍ତୁ ଏହି ଦହିରେ କ’ଣ ମିଶାଇ ପାନ କରିବେ ଜାଣିଛନ୍ତି । ଜାଣନ୍ତୁ ଆୟୁର୍ବେଦ ଅନୁଯାୟୀ, ଦହିକୁ ରାତି ସମୟରେ ସେବନ କରିବା ଅନୁଚିତ । କାରଣ ପାଚନ କ୍ରିୟାରେ ଅସୁବିଧା ହୋଇଥାଏ । ସପ୍ତାହକୁ ୪ଥର ଏହାର ସେବନ କରିବା ଉଚିତ । ଦହିରେ ମୁଗଡାଲି, ମହୁ, ଘିଅ, ଚିନି ଓ ଅଁଳାକୁ ମିଶାଇ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି କୁହାଯାଏ । ଡାକ୍ତର ବିଶେଷଜ୍ଞ ଅନୁଯାୟୀ ଦହିରେ କେବେ କେବେ ଲୁଣ ମିଶାଇ ସେବନ କରିପାରିବେ । ମାତ୍ର ନିୟମିତ ଲୁଣ ପକାଇ ସେବନ କରନ୍ତୁ ନାହିଁ । ଏହା ତ୍ୱଚା ଜନିତ ସମସ୍ୟା ସୃଷ୍ଟି କରିଥାଏ । ଏହାସହ କେଶ ଝଡିବା, ବୟସ ପୂର୍ବରୁ ଧଳା କେଶ, ତ୍ୱଚାରେ ମଧ୍ୟ ଦାଗ ସୃଷ୍ଟି ହୋଇଥାଏ । ଦହିରେ ଚିନି ମିଶାଇ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହୋଇଥାଏ । ଦହିରେ ଚିନି ମିଶାଇ ଖାଇବା ଦ୍ୱାରା ପେଟ ଥଣ୍ଡା ହେବା ସହ ପେଟ ଜନିତ ଅନେକ ସମସ୍ୟା ଦୂର କରିଥାଏ । ଏହାର ସେବନ ଦ୍ୱାରା ସ୍ୱାସ୍ଥ୍ୟର କୌଣସି କ୍ଷତି ହୋଇନଥାଏ । ଦହିରେ ଗୁଡ ମିଶାଇ ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ । ଖରାଦିନେ ଦହିରେ ଲସି ପ୍ରସ୍ତୁତ କରି ପିଇବା ମଧ୍ୟ ଲାଭଦାୟକ । ଦହିରେ ଚିନି ମିଶିବା ମାତ୍ରେ ଏହାର ଗୁଣ ଥଣ୍ଡା ହୋଇଥାଏ । ଏହାର ସେବନ ଦ୍ୱାରା ଖରାର ପ୍ରଭାବରୁ ଆରାମ ମିଳିଥାଏ । ଶରୀରକୁ ଶକ୍ତି ମିଳିବା ସହ ସତେଜ ଅନୁଭବ ହୋଇଥାଏ । ଥକ୍କାପଣ ଦୂର କରିଥାଏ । କାର୍ଯ୍ୟ କରିବାକୁ ଶକ୍ତି ମିଳିଥାଏ । ଶରୀରରେ ଜଳର ଅଭାବ ଦୂର କରିଥାଏ । ଏହିପରି ଦହିକୁ ବ୍ୟବହାର କଲେ ଶରୀରରେ ହିତସାଧନ ହୋଇଥାଏ ।

Leave a Reply