ସ୍ଵତନ୍ତ୍ର ତୀର୍ଥଯାତ୍ରା ଟ୍ରେନ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଭୁବନେଶ୍ଵରରୁ ଶିରିଡ଼ି ଓ ନାସିକକୁ ଗଡ଼ିଲା ତୀର୍ଥଯାତ୍ରୀ ଟ୍ରେନ୍‌। ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ଵର ରେଳ ଷ୍ଟେସନରେ ସବୁଜ ପତାକା ଦେଖାଇ ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ଭୁବନେଶ୍ବର-ଶିରିଡ଼ି-ନାସିକ ତୀର୍ଥଯାତ୍ରା ଟ୍ରେନ୍‌ର ଶୁଭାରମ୍ଭ କରିଛନ୍ତି। ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅଧୀନରେ ଏହି ଟ୍ରେନ୍ ସେବା ଆରମ୍ଭ ହୋଇଛି। ୬ଟି ଜିଲାରୁ ୮୦୦ ବରିଷ୍ଠ ନାଗରିକ ଏହି ଟ୍ରେନ୍‌ରେ ଯାତ୍ରା କରିଥିବା ଜଣାପଡ଼ିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଟ୍ରେନ୍‌ରେ ବସି ତୀର୍ଥଯାତ୍ରୀମାନଙ୍କ ସହ କଥାବାର୍ତ୍ତା କରିଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *