ପ୍ରତ୍ୟେକ ହିନ୍ଦୁ ନିଜ ଧର୍ମଗ୍ରନ୍ଥ ପଢ଼ିବା ଉଚିତ’

ବିଶ୍ୱଶାନ୍ତି ମହାଯଜ୍ଞରେ ଗୁରୁ ବାଗେଶ୍ବର ବାବାଙ୍କ ଆଧ୍ୟାତ୍ମିକ ପ୍ରବଚନ
‘ପ୍ରତ୍ୟେକ ହିନ୍ଦୁ ନିଜ ଧର୍ମଗ୍ରନ୍ଥ ପଢ଼ିବା ଉଚିତ’
ବ୍ରହ୍ମପୁର: ସ୍ଥାନୀୟ ଆମ୍ବପୁଆ ନିକଟ ବିବେକବିହାର ଠାରେ ନବକୁଣ୍ଡିୟ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବାଗେଶ୍ଵର ବାବା ତଥା ଧୀରେନ୍ଦ୍ର କ୍ରିଷ୍ଣା ଶାସ୍ତ୍ରୀ ଯୋଗଦେଇ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପ୍ରବଚନ ଦେଇଥିଲେ। ଓଡ଼ିଶାର କିଛି ଜିଲ୍ଲାରେ ଧର୍ମାନ୍ତରୀକରଣ ହେଉଛି ତେଣୁ ସମସ୍ତ ହିନ୍ଦୁ ସମାଜକୁ ଏଦିଗରେ ଜାଗ୍ରତ କରୁଥିବା କହିଥିଲେ । ପ୍ରତ୍ୟେକ ହିନ୍ଦୁ ନିଜ ଧର୍ମଗ୍ରନ୍ଥ ପଢ଼ିବା ଉଚିତ। ନିୟମିତ ମନ୍ଦିରକୁ ଯାଇ ନିଜ ନିଜ ଭିତରେ ସହଯୋଗ ସ୍ଥାପନ କରି ଭାରତକୁ ଏକ ହିନ୍ଦୁ ଦେଶରେ ପରିଣତ କରିବା ଉଚିତ ବୋଲି କହିଥିଲେ।
ଯୁବପିଢ଼ିଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେବାକୁ ଯାଇ ବାଗେଶ୍ଵର ବାବା ନିଶା ଓ ନିଦ୍ରା ଠାରୁ ଦୂରେଇ ରହିଲେ ନିଶ୍ଚିତ ସଫଳତା ହାସଲ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଗୁରୁ ବାଗେଶ୍ବର ବାବାଙ୍କୁ ମା’ ରାମଚଣ୍ଡୀ ମନ୍ଦିର ଟ୍ରଷ୍ଟ ଓ ପୂଜା କମିଟି ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଟ୍ରଷ୍ଟି ଲକ୍ଷ୍ମୀନୃସିଂହ ପଣ୍ଡା ଓ ସଂଯୋଜକ କମଲ ପଣ୍ଡାଙ୍କ ନେତୃତ୍ବରେ ପୂଜା କମିଟି ଉପଦେଷ୍ଟା ତ୍ରିପତି ବାଲାଜୀ ମିଶ୍ର, ପୂଜା କମିଟି ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ ଜ୍ୟୋତିର୍ବିଦ୍ ଦୀପକ ଦାଶ, ସହ ସଂଯୋଜକ ତୁଷାର ଶତପଥୀ, ଶିବରାମ ନାୟକଙ୍କ ପକ୍ଷରୁ ପୁଷ୍ପମାଳ ସହ ମା’ ରାମଚଣ୍ଡୀଙ୍କ ପଟ୍ଟଚିତ୍ର, ଖଣ୍ଡୁଆ ପାଟ ଦେଇ ଆଶୀର୍ବାଦ ଲାଭ କରିଥିଲେ। ପୂଜା କମିଟିର ସଭାପତି ଅଜୟ କୁମାର ନାୟକ ଓ ଦିବାକର ନାୟକଙ୍କ ନେତୃତ୍ଵରେ ୫୧ଜଣିଆ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବାଗେଶ୍ଵର ବାବାଙ୍କୁ ଦେଖିବାକୁ ବିବେକବିହାରରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମିଥିଲା

Leave a Reply

Your email address will not be published. Required fields are marked *