ନବବିବାହିତ ବ୍ରାହ୍ମଣ ଦମ୍ପତି ୪ଟି ସନ୍ତାନ ଜନ୍ମ ଦିଅନ୍ତୁ ଓ ୧ଲକ୍ଷ ଟଙ୍କା ପୁରସ୍କାର ରାଶି ଗ୍ରହଣ କରନ୍ତୁ

ଭୋପାଳ: ନବବିବାହିତ ବ୍ରାହ୍ମଣ ଦମ୍ପତି ୪ଟି ସନ୍ତାନ ଜନ୍ମ ଦିଅନ୍ତୁ ଓ ୧ଲକ୍ଷ ଟଙ୍କା ପୁରସ୍କାର ରାଶି ଗ୍ରହଣ କରନ୍ତୁ ବୋଲି ମଧ୍ୟପ୍ରଦେଶ ବ୍ରାହ୍ମଣ ବୋର୍ଡର ଅଧ୍ୟକ୍ଷ ପଣ୍ଡିତ ବିଷ୍ଣୁ ରାଜୋରିଆ ଆଜି ଇନ୍ଦୋର ଠାରେ ଅନୁଷ୍ଠିତ ‘ପରିଚୟ ସମ୍ମେଳନ ଓ ସମୂହ ବିବାହ କାର୍ଯ୍ୟକ୍ରମ’ରେ ଯୋଗ ଦେଇ ଘୋଷଣା କରିଛନ୍ତି। ରବିବାର, ବ୍ରାହ୍ମଣ ପୁଅ ଓ ଝିଅଙ୍କ ସମୂହ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସନାଢ଼୍ୟ ବ୍ରାହ୍ମଣ ସମ୍ପ୍ରଦାୟର ଶତାଧିକ ସଦସ୍ୟ ଯୋଗ ଦେଇଥିଲେ।

ଏଥିରେ ଯୋଗଦେଇ ସରକାରଙ୍କ ଦ୍ବାରା ଗଠିତ ମଧ୍ୟପ୍ରଦେଶ ପର୍ଶୁରାମ କଲ୍ୟାଣ ବୋର୍ଡ (ବ୍ରାହ୍ମଣ ବୋର୍ଡ)ର ଅଧ୍ୟକ୍ଷ ପଣ୍ଡିତ ରାଜୋରିଆ କହିଛନ୍ତି, ଭଲ ଚାକିରି କରୁଥିବା ବ୍ରାହ୍ମଣ ଦମ୍ପତିଙ୍କ ଗୋଟିଏ ସନ୍ତାନ ହେବା ଉପଯୁକ୍ତ ନୁହେଁ। ଅଣହିନ୍ଦୁଙ୍କ ସଂଖ୍ୟା ବୃଦ୍ଧି ପାଉଥିବା କଥା ଉଲ୍ଲେଖ କରି ସେ କହିଛନ୍ତି, ୧୯୫୧ ଠାରୁ ବର୍ତ୍ତମାନ ସମୟ ମଧ୍ୟରେ ବ୍ରାହ୍ମଣଙ୍କ ସଂଖ୍ୟା ଅଧା ହୋଇଯାଇଛି।  ବ୍ରାହ୍ମଣ ମାନେ ନିଜ ପରିବାର ପ୍ରତି ଦୃଷ୍ଟି ଦେବା ବନ୍ଦ କରିଦେଇଛନ୍ତି। ଏଣୁ ସେ ସମସ୍ତଙ୍କୁ ଅନୁରୋଧ କରୁଛନ୍ତି, ଅତିକମ୍‌ରେ ୪ଟି ସନ୍ତାନ ଜନ୍ମ ଦିଅନ୍ତୁ। ସନାଢ଼୍ୟ ବ୍ରାହ୍ମଣ ସମ୍ପ୍ରଦାୟର ଯେଉଁମା‌ନେ ୪ଟି ସନ୍ତାନ କରିବେ ସେମାନଙ୍କୁ ୧ ଲକ୍ଷ ଟଙ୍କା ବୋର୍ଡ ପକ୍ଷରୁ ପୁରସ୍କାର ପ୍ରଦାନ କରାଯିବ। 

Leave a Reply

Your email address will not be published. Required fields are marked *