ଆରଏସଏସ ବାଲେଶ୍ବରର ଜିଲ୍ଲା ସମ୍ମିଳନୀ

ଆରଏସଏସ ବାଲେଶ୍ବରର ଜିଲ୍ଲା ସମ୍ମିଳନୀ
ଖନ୍ତାପଡ଼ା: ବାହାନଗା ସ୍ଥିତ ଏକ ଘରୋଇ ବୈଷୟିକ ମହାବିଦ୍ୟାଳୟ କ୍ରୀଡ଼ାଙ୍ଗନରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଙ୍ଘର କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଙ୍ଘ ଚାଳକ ଶୁଭ୍ରାଂଶୁ ଶେଖର ଦାସମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବାଲେଶ୍ଵର ଜିଲ୍ଲାର ସମସ୍ତ ବ୍ଲକର କୋଣ ଅନୁକୋଣରେ ଥିବା ଆରଏସଏସର ଶତାଧ୍ଵକ କାର୍ଯ୍ୟକର୍ତ୍ତା କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ଶାରୀରିକ ଅଭ୍ୟାସ ପ୍ରତିଭା ପ୍ରଦର୍ଶନ ଦେଖାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ପୂର୍ବକ୍ଷେତ୍ରର ସମ୍ପର୍କ ପ୍ରମୁଖ ବିଦ୍ୟୁତ ମୁଖାର୍ଜୀ, ଜିଲ୍ଲା କାର୍ଯ୍ୟବାହ ବିଜୟ କୁମାର ଦାସ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ ପ୍ରାନ୍ତ ଓ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *