୪୩ଦିନରେ ପଞ୍ଜାବରୁ ଦୌଡ଼ିଦୌଡ଼ି ଅଯୋଧ୍ୟାରେ ପହଁଚିଲା ୬ ବର୍ଷର ଶିଶୁ

ନୂଆଦିଲ୍ଲୀ:  ସୋସିଆଲ ମିଡିଆରେ ଜଣେ ଶିଶୁଙ୍କ ଆସ୍ଥାକୁ ନେଇ ଖୁବ ଚର୍ଚ୍ଚା ହେଉଛି। ଉକ୍ତ ୬ ବର୍ଷର ଶିଶୁ ଜଣକ ପଞ୍ଜାବର ଫାଜିଲକା ଜିଲ୍ଲାର କିଲିୟାବାଲି ଗ୍ରାମରେ ରହୁଥିବା ବେଳେ ନାମ ତାଙ୍କର ମୋହବ୍ବତ ବୋଲି ଜଣାପଡ଼ିଛି।ଗତମଙ୍ଗଳବାର ଶ୍ରୀରାମଲଲାଙ୍କ ଦର୍ଶନ କରିବା ପାଇଁ ମୋହବ୍ବତ ପଞ୍ଜାବରୁ ଦୌଡ଼ିଦୌଡ଼ି ଅଯୋଧ୍ୟାରେ ପହଞ୍ଚିବା ଘଟଣା ଚର୍ଚ୍ଚାରେ ରହିଥିଲା। ମୋହବ୍ବତ ଗତ ୪୩ଦିନ ପୂର୍ବରୁ ନିଜର ଯାତ୍ରା ଆରମ୍ଭ କରିଥିଲେ।  ଏହି ୪୩ଦିନ ଭିତରେ ସେ ହଜାରରୁ ଅଧିକ କିଲୋମିଟର ଯାତ୍ରା କରି ଅଯୋଧ୍ୟାରେ ପହଞ୍ଚିଥିଲେ

ମୋହବ୍ବତ ଯାତ୍ରା ଆରମ୍ଭ କରିବା ପୂର୍ବରୁ କିଲିୟାବାଲି ଗ୍ରାମର ଜଣେ ସେନା ଅଧିକାରୀ ସବୁଜ ପତକା ଦେଖାଇଥିଲେ। ଏହି ଯାତ୍ରା ସମୟରେ ମୋହବ୍ବତର ଅଭିଭାବକ ଶ୍ରୀ ରାମ ଜନ୍ମଭୂମି ତୀର୍ଥର ମହାମନ୍ତ୍ରୀ ଚମ୍ପତ ରାଏଙ୍କ ସହିତ ଯୋଗାଯୋଗରେ ଥିଲେ। ରାମଭକ୍ତ ମୋହବ୍ବତର ପ୍ରଭୁ ରାମଙ୍କ ପ୍ରତି ଏଭଳି ଆସ୍ଥାକୁ ଲୋକେ ଭୁରିଭୁରି ପ୍ରଶଂସା କରୁଛନ୍ତି।

ମୋହବ୍ବତଙ୍କ ଏହି ଯାତ୍ରା ଚର୍ଚ୍ଚାକୁ ଆସିବା ପରେ ଅଯୋଧ୍ୟାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାମିଲ ହୋଇ ପ୍ରଦୀପ ପ୍ରଜ୍ଜ୍ବଳନ କରି ପଞ୍ଜାବରୁ ଦୌଡ଼ିଦୌଡ଼ି ଅଯୋଧ୍ୟା ପହଞ୍ଚିବା ଶିଶୁକୁ ସମ୍ମାନୀତ କରି ମୋବାଇଲ ଉପହାରରେ ଦେଇଥିଲେ।

Leave a Reply

Your email address will not be published. Required fields are marked *