୧୨ ଗୋରୁ ଉଦ୍ଧାର, ଇସ୍ତାକ ଖାଁ , ରହେମାନ ଖାଁ ଓ ସେକ ଅଲ୍ଲୀ ଗିରଫ

ଚଣ୍ଡିଖୋଲ- ଶୁକ୍ରବାର ବିଳମ୍ବିତ ରାତିରେ ଚଣ୍ଡିଖୋଲ ଛକରୁ ବେଆଇନ ଭାବେ ଭଦ୍ରକ ଅଞ୍ଚଳକୁ ଯାଉଥିବା ଦୁଇଟି ଗୋରୁ ବୋଝେଇ ଗାଡ଼ିକୁ ପୁଲିସ ଜବତ କରିବା ୧୨ ଗୋରୁ ଉଦ୍ଧାର କରିଛି। ଏ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଭଦ୍ରକ ହଜାରୀନଗରର ଇସ୍ତାକ ଖାଁ (୨୪), ଖଇରା ଥାନା ଅଞ୍ଚଳର ରହେମାନ ଖାଁ (୪୩) ଓ ସେକ ଅଲ୍ଲୀ (୪୨)।ଗୋରୁ ଚାଲାଣ ସଂପର୍କରେ ଖବର ପାଇ ବଡ଼ଚଣା ଥାନାଧିକାରୀ ଅସିତ କୁମାର ବଳବନ୍ତରାୟ ଗାଡ଼ି ଦୁଇଟିକୁ ଜବତ କରିବାକୁ ଚଣ୍ଡିଖୋଲ ଫାଣ୍ଡି ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ବୋଝେଇ ଦୁଇ ପିକ୍‌ଅପ ଭ୍ୟାନ୍ ଆସିବା ପରେ ଫାଣ୍ଡି ଅଧିକାରୀ ଜବତ କରିଥିଲେ । ଏନେଇ ମାମଲା ରୁଜୁ କରି ଗିରଫ ତିନି ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *