ଶ୍ରୀନଗର: ଜାନୁଆରି ୭ ତାରିଖରେ ଜମ୍ମୁ-କଶ୍ମୀରର ବାରାମୁଲ୍ଲାରେ ସେନା କ୍ୟାମ୍ପ ଉପରେ ହୋଇଥିବା ଗ୍ରେନେଡ୍ ଆକ୍ରମଣ ମାମଲାରେ କେତେକ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଆତଙ୍କବାଦୀଙ୍କୁ ସାହାଯ୍ୟ କରିଥିବା ଜଣେ ପୂର୍ବତନ ଆତଙ୍କବାଦୀ ଓ ତା’ ପୁଅ ସମେତ ୩ ଜଣଙ୍କୁ ପୁଲିସ ଗିରଫ କରିଛି।
ଏସପି ଅପରେସନ ବାରାମୁଲା ଫିରୋଜ ୟେହୟା କହିଛନ୍ତି, ଜାନୁଆରୀ ୭ ରେ ହମରେ ପଟ୍ଟନରେ ଏକ ଘଟଣା ଘଟିଥିଲା । ଅଜ୍ଞାତ ଆତଙ୍କବାଦୀମାନେ କ୍ଷୟକ୍ଷତି ଓ ବିନାଶ ଉଦ୍ଦେଶ୍ୟରେ ସୁରକ୍ଷା ବାହିନୀ କ୍ୟାମ୍ପ ୧୬୩ ଟିଏ ଉପରକୁ ଗ୍ରେନେଡ ଫିଙ୍ଗିଥିଲେ। ୨୪ ଘଣ୍ଟା ମଧ୍ୟରେ ଅପରାଧୀଙ୍କୁ ଗିରଫ କରାଯାଇଛି। ଏହି ଅପରାଧରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ଗୋଟିଏ ହ୍ୟାଣ୍ଡଗ୍ରେନେଡ୍, ଗୋଟିଏ ଏକେ ସିରିଜ୍ ରାଇଫଲ, ଗୋଟିଏ ପିସ୍ତଲ, ୨୫୦ ଜୀବନ୍ତ ଏକେ ରାଉଣ୍ଡ, ୨୧ ଜୀବନ୍ତ ପିସ୍ତଲ ଗୁଳି ଜବତ କରାଯାଇଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଆତ୍ମସମର୍ପଣ କରିଥିବା ଆତଙ୍କବାଦୀ ଏବଂ ଅନ୍ୟଜଣେ ଆତ୍ମସମର୍ପଣ କରିଥିବା ମୁକ୍ତ ଆତଙ୍କବାଦୀଙ୍କ ପୁଅ। ତୃତୀୟ ବ୍ୟକ୍ତି ଜଣକ ଜଣେ ପ୍ରାଥମିକ ମାଷ୍ଟରମାଇଣ୍ଡ, ଯିଏ କି ଗତ ଦୁଇ ବର୍ଷ ଧରି ନାର୍କୋ-ଆତଙ୍କବାଦ ମାମଲାରେ ଗିରଫଦାରୀରୁ ବର୍ତ୍ତି ରହିଥିଲା। ”