Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତକୁ ୧୫ ଅମୂଲ୍ୟ ଐତିହ୍ୟ କଳାକୃତି ଫେରାଇବ ଆମେରିକା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତକୁ ୧୫ ଅମୂଲ୍ୟ ଐତିହ୍ୟ କଳାକୃତି ଫେରାଇବ ଆମେରିକା

ନୂଆଦିଲ୍ଲୀ : ନ୍ୟୁୟର୍କର ପ୍ରତିଷ୍ଠିତ ମେଟ୍ରୋପଲିଟନ ମ୍ୟୁଜିୟମ ଅଫ ଆର୍ଟ ଭାରତକୁ ୧୫ ଆଣ୍ଟିକ୍ ମୂର୍ତ୍ତି ଓ କଳାଶିଳ୍ପ ଫେରାଇବାକୁ ନିଷ୍ପତ୍ତି ନେଇଛି । ବାସ୍ତବରେ ଏହି ସବୁ ପ୍ରାଚୀନ ବସ୍ତୁ, ଶିଳ୍ପ ଓ ମୂର୍ତ୍ତିଗୁଡିକୁ ଭାରତରୁ ଅବୈଦ୍ଧ ଭାବେ ନିଆଯାଇଥିଲା । ସ୍ମଗଲର ତଥା ଡିଲର ସୁଭାଷ କପୁର ଏ ଗୁଡିକୁ ଆମେରିକାକୁ ବିକ୍ରି କରିଥିଲା । ସୁଭାଷ ଏବେ ତାମିଲନାଡୁ ଜେଲରେ ବନ୍ଦୀ । ତେବେ ମେଟ୍ରୋପଲିଟନ ମ୍ୟୁଜିୟମ ଅଫ ଆର୍ଟ ଏକ ବୟାନରେ ଏହି ସବୁ କଳାକୃତି ଭାରତକୁ ଫେରାଯିବ ବୋଲି କହିଛି । ଭାରତକୁ ଫେରସ୍ତ ଆସିବାକୁ ଥିବା ଏହି ସବୁ କଳାକୃତି ଖ୍ରୀଷ୍ଟପୂର୍ବ ୧ ଶତାବ୍ଦୀରୁ ଆରମ୍ଭ କରି ଏକାଦଶ ଶତାବ୍ଦୀର । ଯେଉଁଥିରେ ଟେରାକୋଟା, ତମ୍ବା ଓ ପଥରର ଦୁର୍ଲଭ କଳାକୃତି ସବୁ ରହିଛି । ସଂଗ୍ରହାଳୟ ତାଙ୍କ ବୟାନରେ ଏହି ସବୁ ପ୍ରନôତାତ୍ୱିକ କଳାକୃତିକୁ ଦାୟିତ୍ୱର ସହ ଅଧିଗ୍ରହଣ ନିମନ୍ତେ ପ୍ରତିଶ୍ରୁତିବଦ୍ଧ ବୋଲି କହିଛି । ଏଥିରେ ସଂଗ୍ରହାଳୟ ଭାରତ ସରକାରଙ୍କ ସହ ଦୀର୍ଘ ସମୟ ଧରି ରହି ଆସିଥିବା ସମ୍ପର୍କକୁ ଗୁରୁତ୍ୱ ଦେଉଥିବା କହିଛି । ଏଣୁ ଏହି ମୂର୍ତ୍ତି ଓ କଳାକୃତି ଗୁଡିକୁ ନେଇ ଉପୁଜିଥିବା ବିବାଦ ସମାଧାନ ହୋଇଥିବାରୁ ସନ୍ତୋଷ ପ୍ରକାଶ କରିଛି । ସଂଗ୍ରହାଳୟ ୨୦୧୫ ମସିହାରେ ହୋମଲ୍ୟାଣ୍ଡ ସୁରକ୍ଷା ମାଧ୍ୟମରେ ସୁଭାଷ କପୁର ସହ ସମ୍ପର୍କ ସ୍ଥାପନା କରିଥିଲା । ମେନହଟ୍ଟନ ଜିଲ୍ଲା ଆଟର୍ଣ୍ଣି କାର୍ଯ୍ୟାଳୟଙ୍କ ଦ୍ୱାରା ସୁଭାଷ କପୁରର ଅପରାଧିକ ଯାଞ୍ଚର ପରିଣାମ ଭାବେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ କରାଯାଇଛି । ସଂଗ୍ରହାଳୟ ମେନହଟ୍ଟନ ଡିଏଙ୍କ କାର୍ଯ୍ୟାଳୟରୁ କଳାର ୧୫ଟି ଶିଲ୍ପ ସମ୍ପର୍କରେ ସୂଚନା ସଂଗ୍ରହ କରିଛି । ଏଥିରୁ ଏହି ସବୁ କାରୁକାର୍ଯ୍ୟ ଫେରାଯିବା ଦରକାର ବୋଲି ସଂଗ୍ରହାଳୟ ଅନୁଭବ କରିଛି ।

Leave a Reply