Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଜସ୍ଥାନରେ ୪୫୦ ଟଙ୍କାରେ ଏବେ ମିଳିବ ଗ୍ୟାସ୍ ସିଲିଣ୍ଡର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଜସ୍ଥାନରେ ୪୫୦ ଟଙ୍କାରେ ଏବେ ମିଳିବ ଗ୍ୟାସ୍ ସିଲିଣ୍ଡର

ଜୟପୁର : ରାଜସ୍ଥାନର ଉଜ୍ୱଳା ଯୋଜନାର ହିତାଧିକାରୀମାନେ ଖୁବ ଶୀଘ୍ର ଘରୋଇ ଗ୍ୟାସ ସିଲିଣ୍ଡର ୪୫୦ ଟଙ୍କା ପାଇବେ । ନିକଟରେ ରାଜ୍ୟସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ବିଭାଗର ରାଷ୍ଟ୍ର ମନ୍ତ୍ରୀ ରାମେଶ୍ୱର ତେଲି କହିଛନ୍ତି ୪୫୦ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇବା ପାଇଁ କେନ୍ଦ୍ର ସରକାରଙ୍କର କୌଣସି ଯୋଜନା ରହିଛି କି ବୋଲି ପ୍ରଶ୍ନ କରିଛନ୍ତି । ଏଭଳି ଉତ୍ତର ପରେ ଭାଜପା ନିଜର ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବ କି ନାହିଁ ସେନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା । ବର୍ତ୍ତମାନ ରାଜ୍ୟ ସରକାର ଏହି ସନ୍ଦେହ ଦୂର କରି କହିଛନ୍ତି ଭାଜପା ସରକାରନିର୍ବାଚନୀ ଇସ୍ତାହାରର ପ୍ରତ୍ୟେକ ପ୍ରତିଶ୍ରୁତି ପୂରଣ କରିବେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଭଜନଲାଲଶର୍ମା ଯୋଜନା ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉଜ୍ୱଳା ଯୋଜନାରହିତାଧିକାରୀଙ୍କୁ କେନ୍ଦ୍ର ସରକାର ଘରୋଇ ଗ୍ୟାସ ସିଲିଣ୍ଡର ୬୦୦ଟଙ୍କାରେ ଦେଉଛନ୍ତି । ଏହଯୋଜନାର ହିତାଧିକାରୀଙ୍କୁ କେନ୍ଦ୍ରସରକାର ଏହାଠାରୁ ଅଧିକ ରିହାତିଦେବେ ନାହିଁ । ରାଜସ୍ଥାନରେଭାଜପା ଦେଇଥିବା ପ୍ରତିଶ୍ରୁତି ପୂରଣକରିବା ପାଇଁ ଭଜନ ଲାଲସରକାରଙ୍କୁ ନିଜ ପକେଟରୁ ୧୫୦ଟଙ୍କା ଦେବାକୁ ପଡିବ । ରାଜ୍ୟରପ୍ରାୟ ୭୦ ଲକ୍ଷ ପରିବାର ଉଜ୍ୱଳାଯୋଜନା ସହିତ ସଂଯୁକ୍ତ । ରାଜ୍ୟସରକାର ନିଜର ଆକାଉଣ୍ଟରୁ ଏସବୁହିତାଧିକାରୀଙ୍କୁ ଗ୍ୟାସ ସିଲିଣ୍ଡର ପିଛା୧୫୦ଟଙ୍କା ଅଧିକ ସବସିଡଦେବେ । ଏହା ଦ୍ୱାରା ରାଜ୍ୟସରକାରଙ୍କ ଉପରେ ୧୦୫ କୋଟଟଙ୍କାର ଅତିରିକ୍ତ ଖର୍ଚ୍ଚ ର ବୋଝ ପଡିବ ।

Leave a Reply