Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବାଂଲାଦେଶ ହିଂସା-ଜାନୁୟାରୀ ୮ ପର୍ଯ୍ୟନ୍ତ ୨,୦୧୦ ଟି ସାମ୍ପ୍ରଦାୟିକ ହିଂସା ଘଟଣାର ରେକର୍ଡ କରାଯାଇଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବାଂଲାଦେଶ ହିଂସା-ଜାନୁୟାରୀ ୮ ପର୍ଯ୍ୟନ୍ତ ୨,୦୧୦ ଟି ସାମ୍ପ୍ରଦାୟିକ ହିଂସା ଘଟଣାର ରେକର୍ଡ କରାଯାଇଛି

ଢାକା: ବାଂଲାଦେଶ ସରକାର ପୁଲିସର ରିପୋର୍ଟକୁ ଦର୍ଶାଇ କହିଛନ୍ତି ଯେ,  ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହାସିନା ତାଙ୍କ ଦେଶ ଛାଡ଼ିବା ପୂର୍ବ ଦିନଠାରୁ ଚଳିତ ୨୦୨୫ବର୍ଷ ଜାନୁୟାରୀ ୮ ପର୍ଯ୍ୟନ୍ତ ୨,୦୧୦ ଟି ସାମ୍ପ୍ରଦାୟିକ ହିଂସା ଘଟଣାର ରେକର୍ଡ କରାଯାଇଛି।  ଏହି ଘଟଣାଗୁଡ଼ିକ ମଧ୍ୟରୁ ୧,୭୬୯ଟି ଆକ୍ରମଣ  ମାମଲା ଭଙ୍ଗାରୁଜା ସହିତ ଜଡ଼ିତ ଥିବା ରୁଜୁ କରାଯାଇଥିଲା। ପୁଲିସ ଏପର୍ଯ୍ୟନ୍ତ ମୋଟ ୬୨ ମାମଲା ପଞ୍ଜିକରଣ କରିଛି ଏବଂ ଅନୁସନ୍ଧାନ ଆଧାରରେ ୬୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।  ୫ଅଗଷ୍ଟ  ୨୦୨୪ରୁ ୮ ଜାନୁୟାରୀ ୨୦୨୫ ପର୍ଯ୍ୟନ୍ତ ପୁଲିସ ଥାନାରେ ୧୩୪ ସାମ୍ପ୍ରଦାୟିକ ହିଂସା ଅଭିଯୋଗ ହୋଇଥିଲା। ଏଥିରେ କୁହାଯାଇଛି ଯେ, ପୁଲିସ ସମସ୍ତ ଅଭିଯୋଗ ଉପରେ ପ୍ରାଥମିକତା ଦେଇ କାର୍ଯ୍ୟ କରି ୫୩ଟି ମାମଲା ରୁଜୁ କରି ୬୫ ଅଭିଯୁକ୍ତଙ୍କୁ ଗିରଫ କରିଛି।   ୫ଅଗଷ୍ଟ ୨୦୨୪ରେ ୧,୪୫୨ ମାମଲା ଘଟିଥିଲା। ଏହା ମୋଟ ମାମଲାର ୮୨.୮ ପ୍ରତିଶତ ଥିଲା। ଅଗଷ୍ଟ ୪ ରେ ୬୫ଟି ମାମଲା ଏବଂ ଅଗଷ୍ଟ ୬ରେ ୭୦ଟି ମାମଲା ଘଟିଥିଲା। ୪ ଅଗଷ୍ଟ ୨୦୨୪ ପରେ ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଉପରେ ହୋଇଥିବା ଆକ୍ରମଣ ତଥା ଭଙ୍ଗାରୁଜା ଘଟଣାର ଅଧିକାଂଶ ମାମଲା ସାମ୍ପ୍ରଦାୟିକ ନୁହେଁ, ବରଂ ରାଜନୈତିକ। ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍‌ଙ୍କ ପ୍ରେସ ୱିଙ୍ଗ୍ ଏକ ବିବୃତିରେ କହିଛି ଯେ, ସଂରକ୍ଷଣ ବିରୋଧୀ ଆନ୍ଦୋଳନ ମଧ୍ୟରେ ଗତ ବର୍ଷ ଅଗଷ୍ଟ ୫ରେ ବାଂଲାଦେଶ ହିନ୍ଦୁ,ବୌଦ୍ଧ, ଖ୍ରୀଷ୍ଟିଆନ ଏକତା ପରିଷଦ ଦାବି କରିବା ପରେ ପୂଲିସ ତଦନ୍ତ କରିଥିଲା।

Leave a Reply