‘ସମାନ କାମକୁ ସମାନ ବେତନ’ ନୀତି ଲାଗୁ ଦାବି

ରାଷ୍ଟ୍ରୀୟଶେକ୍ଷକ ମହାସଂଘର କାର୍ଯ୍ୟକାରଣୀ ବୈଠକ

କଟକ: ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ଉଚ୍ଚଶିକ୍ଷା ଶାଖାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ରଘୁନାଥଜୀଉ ସ୍ନାତକ ମହାବିଦ୍ୟାଳୟଠାରେ ଜାନୁୟାରୀ 5 ତାରିଖ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ପ୍ରଫେସର ଶିବବ୍ରତ ଦାସ ଅଧ୍ଯକ୍ଷତା କରିଥିଲେ। ବିଶ୍ଵବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକରେ ଖାଲି ଶିକ୍ଷକ ଓ ଅଣଶିକ୍ଷକ ପଦ ପୂରଣ ସହିତ ‘ସମାନ କାମକୁ ସମାନ ବେତନ’ ନୀତି ଲାଗୁ ପାଇଁ ରାଜ୍ୟ ସରକାରଙ୍କଠାରେ ଦାବି କରାଯାଇଥିଲା । ଏକକ ଚାକିରି ସର୍ତ୍ତାବଳୀ ଓ ଦରମା ହାର ପ୍ରଣୟନ, ଅବସର ଗ୍ରହଣ ବୟସ ସୀମାକୁ ୬୫କୁ ବୃଦ୍ଧି, ବାଦ୍ ପଡ଼ିଥିବା ଅଧ୍ୟାପକ ଓ କର୍ମଚାରୀଙ୍କୁ ଅନୁଦାନ ପ୍ରଦାନ, ବିଶ୍ଵବିଦ୍ୟାଳୟ ଶିକ୍ଷକଙ୍କ ପାଇଁ ୟୁ ଜି.ସି. ନିୟମାବଳୀ ସମ୍ପୁର୍ଣ୍ଣ ଭାବେ ଲାଗୁ କରିବା, ଅବସରପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ପେନ୍‌ସନ, ବେସରକାରୀ ମହାବିଦ୍ୟାଳୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ଗ୍ରାମ୍ୟୁଇଟି ହାର ବୃଦ୍ଧି କରିବା, ଶିକ୍ଷାନୁଷ୍ଠାନଗୁଡ଼ିକୁ ଆବଶ୍ୟକ ଜମି ଯୋଗାଇଦେବା, ଯୁକ୍ତଦୁଇ ମହାବିଦ୍ୟାଳୟକୁ ଯୁକ୍ତତିନି ମହାବିଦ୍ୟାଳୟ ଠାରୁ ସମ୍ପୂର୍ଣ୍ଣ ଅଲଗା କରିବା, ପରିଚାଳନା ସମିତିରେ କେବଳ ଶିକ୍ଷାବିତ୍ ମାନଙ୍କୁ ନିଯୁକ୍ତି ଦେବା ଆଦି ଦାବି ପୂରଣ ଦିଗରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏହି ଅବସରରେ କର୍ତ୍ତବ୍ୟବୋଧ ଦିବସ ଓ ଅହଲ୍ୟାବାଈ ହୋଲକରଙ୍କ ୩୦୦ତମ ଜୟନ୍ତୀ ପାଳନ ପାଇଁ ନିଷ୍ପତ୍ତି ହୋଇଥିଲା । ମହାସଂଘର ରାଜ୍ୟ ସାଧାରଣ ସମ୍ପାଦକ
ଡ. ବିପ୍ଳବ କୁମାର ଗୁରୁ, ଉପସଭାପତି ଡ.ସରୋଜ କୁମାର ଦାଶ ଓ ଅଧ୍ୟାପିକା କୃଷ୍ଣପ୍ରିୟା ବେହେରା, ଶୈକ୍ଷିକ ପ୍ରକୋଷ୍ଠର ମୁଖ୍ୟ ଡ. ବିକଳି ଚରଣ ଦାସ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଡ.ନାରାୟଣ ମହାନ୍ତି ପ୍ରମୁଖ ଭାଗ ନେଇଥିଲେ।

Leave a Reply

Your email address will not be published. Required fields are marked *