Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଷ୍ଟ୍ରୀୟ ଜନଜାତି ଖେଳ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ପ୍ରାପ୍ତ ପ୍ରତିଯୋଗୀଙ୍କୁ ଭୁବନେଶ୍ୱର ରେଲୱେ ଷ୍ଟେସନରେ ଭବ୍ୟସ୍ୱାଗତ ଓ ସମ୍ବର୍ଦ୍ଧନା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଷ୍ଟ୍ରୀୟ ଜନଜାତି ଖେଳ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ପ୍ରାପ୍ତ ପ୍ରତିଯୋଗୀଙ୍କୁ ଭୁବନେଶ୍ୱର ରେଲୱେ ଷ୍ଟେସନରେ ଭବ୍ୟସ୍ୱାଗତ ଓ ସମ୍ବର୍ଦ୍ଧନା


ଭୁବନେଶ୍ୱର,୧/୧: ଗତ ୨୦୨୪ଡିସେମ୍ବର ୨୯,୩୦ତାରିଖ ଛତିଶଗଡର ରାୟପୁରଠାରେ ଅନୁଷ୍ଠିତ ସର୍ବଭାରତୀୟ ଜନଜାତି ପ୍ରତିଯୋଗିତାରେ ଭାଗ ନେଇ ଓଡ଼ିଶାର ଜନଜାତି ବାଳିକା ମଞୁଲତା ହେମ୍ବ୍ରମ ତୀରନ୍ଦାଜୀରେ ତିନୋଟି ସ୍ୱର୍ଣ୍ଣପଦକ ପ୍ରାପ୍ତ କରି ଗୌରବ ଅର୍ଜନ କରିଛନ୍ତି । ସେହିପରି ମୀନା ତିରିଆ ୩୦ ଓ ୪୦ମିଟର ତୀରନ୍ଦାଜୀ ରେ ଦୁଇଟି ବ୍ରୋଂଚ ପଦକ ପାଇ ଓଡ଼ିଆ ଜାତି ନାମକୁ ବଜାଇ ରଖିଛନ୍ତି । ସେମାନେ ଓଡିଶା ଫେରିବା ପରେ ଆଜି ସକାଳ ୯ଟାରେ ଭୁବନେଶ୍ୱର ରେଲୱେ ଷ୍ଟେସନରେ ଉକ୍ତ ଖେଳାଳି ମାନଙ୍କୁ ଭବ୍ୟସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି ।
ଖେଳାଳିଙ୍କ ସହ କୋଚ ବୁଦ୍ଧୁରାମ ସିଂ ଏବଂ ମ୍ୟାନେଜର ଶଶିଭୂଷଣ ମହାଙ୍କୁଡ ଖେଳାଳିମାନଙ୍କୁ ସହଯୋଗ କରିଥିଲେ । ଦୁଇଜଣ ଅନୁଭବି ଖେଳ ଶିକ୍ଷକ ନାରାୟଣ ପ୍ରଧାନ ଓ ରଂଜନ ମହାଙ୍କୁଡ ଖେଳାଳିଙ୍କୁ ଅଭ୍ୟାସ କରାଇବା ସହିତ ସାଙ୍ଗରେ ରାମପୁର ଯାଇ ଫେରିଛନ୍ତି ।
ଅଖିଳ ଭାରତୀୟ ବନବାସୀ କଲ୍ୟାଣ ଆଶ୍ରମ ଦ୍ୱାରା ପ୍ରତିବର୍ଷ ପରି ୨୦୨୪ରେ ଚବିଶତମ ଜନଜାତି ଖେଳକୁଦ ପ୍ରତିଯୋଗିତା ରାମପୁରରେ ଆଯୋଜିତ ହୋଇଯାଇଛି । ସୁଦୂର ଆଣ୍ଡାମାନ ସମେତ ସାରାଦେଶର ୩୦ଟି ରାଜ୍ୟ ରୁ ୬୦୦ ଜନଜାତି ଖେଳାଳି ଭାଗ ନେଇଥିଲେ । ଆମ ଓଡିଶାରୁ ତୀରନ୍ଦାଜ ଓ ଫୁଟବଲ ମିଶି ୨୫ ଜଣ ଅଂଶ ଗ୍ରହଣ କରି ଫେରିଛନ୍ତି । ଏହି ରାଷ୍ଟ୍ରୀୟ ଖେଳ ପ୍ରତିଯୋଗିତା ଯୋଗୁଁ ପ୍ରତିବର୍ଷ ଅନେକ ଖେଳାଳି ଭାଇ,ଭଉଣୀ ସରକାରୀ ଓ ବେସରକାରୀ ସ୍ଥରରେ ନିଯୁକ୍ତି ପାଇଆସୁଛନ୍ତି ଏବଂ ନିଜର ଦେଶ, ଧର୍ମ, ସଂସ୍କୃତି ତଥା ପରମ୍ପରାର ରକ୍ଷା ପାଇଁ ତ୍ୟାଗ ଓ ପରିଶ୍ରମ କରୁଛନ୍ତି ।

Leave a Reply