ଭୁବନେଶ୍ୱର: ପୂଣ୍ୟଶ୍ଳୋକା ମହାରାଣୀ ଅହଲ୍ୟା ବାଈଙ୍କ ୩ଶହ ବର୍ଷ ପୂର୍ତିଉପଲକ୍ଷ୍ୟ ସାମାଜିକ ସମରସତା ମଂଚ, ଭୁବନେଶ୍ୱର ମହାନଗର ଆନୁକୂଲ୍ୟରେ ଏକ “ମହିଳା ସମ୍ମିଳନୀ” ଅନୁଷ୍ଠିତ ହୋଇଯାଛି । ଭୁବନେଶ୍ୱରର ୟୁନିଟ୍-୩ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର ମଧ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମଂଚର ଅଖିଳ ଭାରତୀୟ ସଂଯୋଜକ କେ.ଶ୍ୟାମ ପ୍ରସାଦଜୀ ମୁଖ୍ୟ ଅତିଥିରୂପେ ଯୋଗଦେଇ କହିଲେ ଯେ,ନାରୀଶକ୍ତି ଜାଗରଣ ମାଧ୍ୟମରେ ସମାଜର ଶସକ୍ତିକରଣ ହୋଇପାରିବ । ଏଥିନିମନ୍ତେ ପୂଣ୍ୟଶ୍ଳୋକା ମହାରାଣୀ ଅହଲ୍ୟା ବାଈ ସମାଜରେ ସମରସତା ଆଣିବା ପାଇଁ କରିଥିବା କାର୍ଯ୍ୟ ପ୍ରସଂଶନୀୟ ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡ଼ିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ କାର୍ଯ୍ୟବାହ ଡକ୍ଟର ଅନୀଲ କୁମାର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ, ସମାଜରେ ଛୁଆଁ ଅଛୁଆଁ ଦୂରୀକରଣ କାର୍ଯ୍ୟରେ ମହାରାଣୀ ଅହଲ୍ୟା ବାଈଙ୍କ କାର୍ଯ୍ୟ ପ୍ରଶଂସନୀୟ । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ୟୁନିଟ୍-୩, ଭୁବନେଶ୍ୱରର ଉପ-ସଭାପତି ଶ୍ରୀମତୀ କାଦମ୍ବିନୀ ଦାସ ସମ୍ମାନିତ ଅତିଥିରୂପେ ଯୋଗଦେଇଥିବା ବେଳେ ମଂଚର ପ୍ରାନ୍ତ ସଂଯୋଜକ ଘନଶ୍ୟାମ ମହାପାତ୍ର, ପୁରୀ ବିଭାଗ ସଂଯୋଜକ ରାଜେଶ ରାୟ, ମହାନଗର ସଂଯୋଜକ ଯୁଧୁଷ୍ଠିର ନାୟକ ଉପସ୍ଥିତ ଥିଲେ । ଶ୍ରୀମତୀ ଦିପ୍ତିମୟୀ ପଣ୍ଡା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।