ବେଆଇନ ଭାବେ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ବେଳେ ବେଳେ ୨ ଗୋରୁ ଉଦ୍ଧାର

ଗୋରୁ ଉଦ୍ଧାର, ୨ କୋର୍ଟ ଚାଲାଣ

କର୍ମଦ୍ଦା: ଚାଲାଣ ବେଳେ ୨ ଗୋରୁ ଉଦ୍ଧାର ହୋଇଛନ୍ତି ସେହିପରି ସଂପୃକ୍ତ ଦୁଇ ବେପାରୀଙ୍କୁ ଗିରଫ କରାଯାଇଛି। ଡିସେମ୍ବର  ୨୮ ତାରିଖ ଦିନ
ଦୁଇ ଗୋରୁ ବେପାରୀ; କମର୍ଦାର ସେଖ୍ ସାହିଦ ଓ ସେଖ ମେହିତ ଦୁଇଟି ଗୋରୁଙ୍କୁ ଚଲାଇ ଚଲାଇ ବେଆଇନ ଭାବେ ପଶ୍ଚିମବଙ୍ଗ ଚାଲାଣ କରୁଥିଲେ। ଏହି ସମୟରେ କମର୍ଦା ପଞ୍ଚାୟତ କୁଞ୍ଜବଣି ସ୍କୁଲ୍ ନିକଟରେ ଗ୍ରାମବାସୀମାନେ ବେପାରୀଙ୍କୁ ଧରି ଅଟକ ରଖିଥିଲେ ଏବଂ କମର୍ଦା ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚିଥିଲା ଏବଂ ଗୋରୁଗୁଡ଼ିକୁ ଉଦ୍ଧାର ସହ ଦୁଇଜଣ ବେପାରୀଙ୍କୁ ଗିରଫ କରିଥିଲା। ତେବେ ଯାହା ଜଣାପଡ଼ିଛି, ଗିରଫ ବେପାରୀମାନେ ପରେ କୋର୍ଟ ଚାଲାଣ ହୋଇଛନ୍ତି। ଉଲ୍ଲେଖ ଥାଉକି କମର୍ଦା ଦେଇ ପ୍ରାୟ ପ୍ରତିଦିନ ଚଲାଇ ଚଲାଇ କିମ୍ବା ବିଭିନ୍ନ ଗାଡ଼ିରେ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ବେଆଇନ ଗୋ ଚାଲାଣ ହେଉଛି। ଏନେଇ ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ହେଲେ କିଛି ଫଳ ମିଳୁନି। ଯାହାକୁ ନେଇ କ୍ଷୋଭ ପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *