ଚାଲାଣ ବେଳେ ଗୋମାଂସ ସହ ପିକଅପ୍ ଜବତ !

ବସ୍ତା : ଓଡି-୦୫-ବିଏମ୍-୭୨୬୩ ନମ୍ବରର ଏକ ପିକ୍‌ଅପ୍ କଟକର ଟାଙ୍ଗୀ ଅଞ୍ଚଳରୁ ପଶ୍ଚିମବଙ୍ଗକୁ ଯାଉଥିଲା। ତେବେ ଡିସେମ୍ବର  ୨୬  ତାରିଖ  ସକାଳେ ଜାତୀୟ ରାଜପଥର ହଳଦୀପଦା ନିକଟରେ ପିକ୍‌ଅପ୍‌ ଖରାପ ହୋଇଯାଇଥିଲା। ଛିଡ଼ା ହୋଇ ରହିଥିବା ପିକ୍‌ଅପ୍ ଭ୍ୟାନ୍‌ରୁ ରକ୍ତ ପଡୁଥିବା ଏବଂ ଦୁର୍ଗନ୍ଧ ବାହାରୁଥିବାରୁ ସ୍ଥାନୀୟ ଲୋକ ବେଆଇନ ଗୋମାଂସ ଚାଲାଣ ହେଉଥିବା ସନ୍ଦେହ କରିଥିଲେ । ସେମାନେ ଏନେଇ ବସ୍ତା ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ମାଂସ ସହ ପିପ୍‌କୁଜବତ କରିଥିଲା ଏବଂ ଥାନାକୁ ନେଇଯାଇଥିଲା । ଏହି ଘଟଣାରେ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ତଦନ୍ତ ଚାଲିଛି। ଯାଞ୍ଚ ପାଇଁ ଜବତ ମାଂସର ନମୂନା ପରୀକ୍ଷା ପାଇଁ ଫରେନ୍‌ସିକ୍ ଲାବ୍‌କୁ ପଠାଯାଇଛି ବୋଲି ବସ୍ତା ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *