Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଧର୍ମାନ୍ତରୀକରଣକୁ ନେଇ ନୀଳଗିରିରେ ଉତ୍ତେଜନା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଧର୍ମାନ୍ତରୀକରଣକୁ ନେଇ ନୀଳଗିରିରେ ଉତ୍ତେଜନା

ନୀଳଗିରି: ନିରୀହ ଆଦିବାସୀଙ୍କୁ ପ୍ରଲୋଭିତ କରି ଧର୍ମ ପରିବର୍ତ୍ତନ କରୁଥିବା ସମୟରେ ଉତ୍ତେଜନା ଦେଖା ଦେଇଛି। ଏନେଇ ଉତ୍ୟକ୍ତ ଗ୍ରାମବାସୀ ୩ ଜଣଙ୍କୁ ଗଛରେ ବାନ୍ଧିବା ସହ ଭୋଜି ପାଇଁ ପ୍ରସ୍ତୁତ ହୋଇଥିବା ରନ୍ଧା ମାଂସକୁ ଫିଙ୍ଗି ଦେଇଛନ୍ତି । ଘଟଣାସ୍ଥଳରେ ନୀଳଗିରି ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି । ମିତ୍ରପୁର ନିକଟସ୍ଥ ଗୋବର୍ଦ୍ଧନପୁର ଗାଁରେ ଡିସେମ୍ବର 26 ତାରିଖ ଦିନ ଅପରାହ୍ନରେ ଭୋଜି ଆୟୋଜନ କରାଯାଇ ଏକ ଆଦିବାସୀ ପରିବାରକୁ ଧର୍ମାନ୍ତରୀକରଣ କରାଯାଉଥିଲା। ମିତ୍ରପୁର ମଖାପଦା ଅଞ୍ଚଳର ସୁବାସିନୀ ସିଂ, ରେମୁଣା ଥାନା ମୁଖୁରା ଅଞ୍ଚଳର ସୁକାନ୍ତୀ ସିଂ, ସେହି ପଞ୍ଚାୟତ ଛଣଖଣପୁର ଗାଁର ଗୋବିନ୍ଦ ସିଂଙ୍କ ସମେତ ଅନ୍ୟ ଜଣେ ଯୁବକ ଏକ ଆଦିବାସୀ ପରିବାରକୁ ପ୍ରଲୋଭିତ କରି ଧର୍ମପରିବର୍ତ୍ତନ କରୁଥିଲେ। 26 ତାରିଖ ଦିନ ଗୁରୁବାର ଏମାନେ ଘରେ ମାଂସଭୋଜି ସାଙ୍ଗକୁ କେକ୍ କାଟି ପାର୍ଟି ମନାଇବା ପରେ ଧର୍ମ ପରିବର୍ତ୍ତନ ଯୋଜନା କରୁଥିଲେ । ଗ୍ରାମବାସୀ ଏଭଳି ଆଚରଣ ଦେଖ୍ ଉତ୍ୟକ୍ତ ହୋଇ ପଡ଼ିଥିଲେ ଏହି ୩ ଜଣ ଧର୍ମ ପରିବର୍ତ୍ତନକାରୀଙ୍କୁ ଗଛରେ ବାନ୍ଧି ଉତ୍ତମ ମଧ୍ୟମ ଦେବା ସହ ସେମାନଙ୍କ ମୁହଁରେ କେକ୍ ବୋଳି ଦେଇ ରନ୍ଧା ମାଂସକୁ ଫିଙ୍ଗି ଦେଇଛନ୍ତି । ଅଞ୍ଚଳବାସୀଙ୍କ ମେଳି ତଥା ଉତ୍ତେଜନା ଦେଖୁ ଏହି ଘଟଣାର ମୁଖ୍ୟ କାର୍ପଟଦାର ଫେରାର ହୋଇ ଯାଇଥିଲା। ଖବର ପାଇ ଦେବସେନା ସଂଗଠନର ନୀଳଗିରି ବ୍ଲକ ସଭାପତି ବାଦଳ ପଣ୍ଡା ସେଠାରେ ପହଞ୍ଚି ଧର୍ମାନ୍ତରୀକରଣ କରୁଥିବା ଲୋକଙ୍କୁ ତାଗିଦ କରିବା ସହ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ନୀଳଗିରି ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଉପରୋକ୍ତ ୩ ଜଣଙ୍କୁ ଥାନାରେ ଅଟକ ରଖୁ ପଚରା ଉଚରା କରୁଛି।

Leave a Reply