ରେଢ଼ାଖୋଲରେ ବୁଲୁଛନ୍ତି ବାଂଲାଦେଶୀ !
ରେଢ଼ାଖୋଲ : ରେଢ଼ାଖୋଲ ଉପଖଣ୍ଡରେ ଦିନକୁ ଦିନ ବାଂଲାଦେଶୀଙ୍କ ଆଗମନ ବଢ଼ିବାରେ ଲାଗିଛି । ଏଭଳି ଅନେକ ବହିରାଗତ ଦିନରେ ଫେରିବାଲା କାମ କରୁଥିବା ବେଳେ ରାତିରେ ଅସାମାଜିକ କାର୍ଯ୍ୟ କରୁଥିବା ପ୍ରଶାସନ ନିକଟରେ ଖବର ନାହିଁ
ବୋଲି ସହରରେ ଚର୍ଚ୍ଚା ହେଉଛି । ଏହି ଫେରିବାଲା ମାନେ ସ ହର ଓ ଗ୍ରାମାଞ୍ଚଳର ଗଳିକନ୍ଦି, ଘର ଭିତରକୁ ଯାଇ ବିଭିନ୍ନ ଘରକରଣା ଜିନିଷ ବିକ୍ରି କରୁଛନ୍ତି। ଏହାର ସୁଯୋଗନେଇ ସେମାନେ ପାରିପାର୍ଶ୍ଵକ ଓ ଘର ଅବସ୍ଥା ନିରୀକ୍ଷଣ କରି ରାତିରେ ଚୋରି, ଡକାୟତି ଆଦି କରୁଛନ୍ତି। ଏପରିକି ପକେଟ୍ ମାର, ମୋବାଇଲ ଚୋରି କରୁଛନ୍ତି । ଏମାନେ ସବୁ ବାଂଲାଦେଶୀ ବୋଲି ସହରସାରା ଚର୍ଚ୍ଚା ହେଉଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ନିକଟରେ କୌଣସି ସୂଚନା ନ ଥିବା ପରିତାପର ବିଷୟ ।
କିଛିଦିନ ତଳେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ଘଟଣାକୁ ନେଇ ରେଢ଼ାଖୋଲର କିଛି ସଚେତନ ନାଗରିକ ଓ ହିନ୍ଦୁ ସଙ୍ଗଠନ ପକ୍ଷରୁ ପ୍ରଶାସନ ଠାରେ ଅଭିଯୋଗ କରାଯାଇଥିଲା । ଏହାପରେ କିଛି ମାତ୍ରାରେ ଏଭଳି ଫେରିବାଲାଙ୍କ ଦେଖା ମିଳି ନ ଥିଲା । କିନ୍ତୁ ଏବେ ପୁଣି ରେଢ଼ାଖୋଲ ଉପଖଣ୍ଡରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢିଛି, କିଏ ରାଜମିସ୍ତି ତ ଆଉ କିଏ ଫେରିବାଲା କାମ କରୁଛନ୍ତି । ଉପଖଣ୍ଡରେ କେତେ ବାଂଲାଦେଶୀ ଥିଲେ, କେତେ ପଳାୟନ କଲେ, ଆଜିପର୍ଯ୍ୟନ୍ତ କେତେ ଫେରିଛନ୍ତି ଏହାର ହିସାବ ପୁଲିସ କିମ୍ବା ସ୍ଥାନୀୟ ପ୍ରଶାସନ ନିକଟରେ ନାହିଁ । ଏଭଳି ବାଂଲାଦେଶୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ଓ ସେମାନେ ରହୁଥିବା ଘରମାଲିକଙ୍କ ଠିକଣା ରଖୁବାକୁ ରେଢ଼ାଖୋଲର ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ହେଉଥିଲେ ମଧ୍ୟ ପୁଲିସ ଓ ପ୍ରଶାସନ ଚୁପ୍ ରହିଛନ୍ତି । ଏଭଳି ବାଂଲାଦେଶୀ ନିର୍ମାଣଶ୍ରମିକ, ରାଜମିସ୍ତି ଓ ଫେରିବାଲାଙ୍କ ସଠିକ ତଥ୍ୟ ରଖା ନ ଗଲେ ଆଗାମୀଦିନରେ ରେଢ଼ାଖୋଲରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟିହେବା ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ ।