Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଧିକାର ସହିତ ନାଗରିକ କର୍ତ୍ତବ୍ୟ ଶ୍ରଦ୍ଧାର ସହିତ ପାଳନ କରାଯିବା ଉଚିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଧିକାର ସହିତ ନାଗରିକ କର୍ତ୍ତବ୍ୟ ଶ୍ରଦ୍ଧାର ସହିତ ପାଳନ କରାଯିବା ଉଚିତ

ପୁଣେ: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପରମପୂଜନୀୟ ସରସଂଘଚାଳକ ଡକ୍ଟର ମୋହନ ଭାଗବତ ଜୀ କହିଛନ୍ତି ଯେ ସମସ୍ତ ପ୍ରକାର ସମ୍ବଳ ଉପଲବ୍ଧ ଥାଇ ମଧ୍ୟ ବିଶ୍ୱରେ ଶାନ୍ତି ନାହିଁ। ସେଥିପାଇଁ ବିଶ୍ୱକୁ ଆଜି ଗୁରୁଙ୍କର ଆବଶ୍ୟକତା ମନେ ହେଉଛି। ସେହି ଗୁରୁ ଭାରତ ହୋଇପାରନ୍ତି, ଏହା ହେଉଛି ବିଶ୍ୱ ର ଆଶା। ଯାହା ଭାରତ ପୂରଣ କରିପାରିବ | ଏଥିପାଇଁ ଭାରତୀୟମାନଙ୍କୁ ସେମାନଙ୍କର ମାନଦଣ୍ଡ ବଜାୟ ରଖିବାକୁ ପଡ଼ିବ ଏବଂ ସେହି ଅନୁସାରେ ଆଚରଣ କରିବାକୁ ପଡ଼ିବ | ଏହା କରିବା ଦ୍ୱାରା ଆମେ ଆଗାମୀ 20 ବର୍ଷ ମଧ୍ୟରେ ବିଶ୍ୱଗୁରୁର ସ୍ଥାନରେ ଅଧିଷ୍ଠିତ ହୋଇ ପାରିବା |

ପୁଣେରେ ଆୟୋଜିତ ସହଜୀବନ ବ୍ୟାଖ୍ୟାନମାଳା(ବକ୍ତୃତା ଧାରାବାହିକ)ରେ ସରସଂଘଚାଳକ ଜୀ ‘ବିଶ୍ୱଗୁରୁ ଭାରତ’ ପ୍ରସଙ୍ଗରେ ସମ୍ବୋଧିତ କରିଥିଲେ। ଏହି ଅବସରରେ ମଞ୍ଚରେ ସହଜୀବନ ବ୍ୟାଖ୍ୟାନମାଳାର ଅଧ୍ୟକ୍ଷ ବିନୟ କୁଲକର୍ଣ୍ଣି ଉପସ୍ଥିତ ଥିଲେ। ଏହା ହେଉଛି ବ୍ୟାଖ୍ୟାନମାଳାର 23 ତମ ବର୍ଷ | ଗ୍ଲୋବାଲ ଷ୍ଟ୍ରାଟେଜିକ୍ ପଲିସି ଫାଉଣ୍ଡେସନର ଡକ୍ଟର ଅନନ୍ତ ଭାଗବତ ସରସଂଘଚାଳକଜୀଙ୍କୁ ସ୍ୱାଗତ କରିଥିଲେ।

ସେ କହିଛନ୍ତି ଯେ ଗତ କିଛି ବର୍ଷ ହେବ ଭାରତ ଦ୍ରୁତ ଭୌତିକ ପ୍ରଗତି କରୁଛି। ଏହା ସହିତ ନୈତିକ ପ୍ରଗତି ହେବା ଉଚିତ୍ | ସ୍ବାମୀ ବିବେକାନନ୍ଦ ଭାରତକୁ ନେଇ ଯେଉଁ ବିଶ୍ୱଗୁରୁର ସ୍ବପ୍ନ ଦେଖିଥଲେ ସେହି ସ୍ୱପ୍ନ ସାକାର ହେବାର ଆମେ ଦେଖିପାରିବା ।

ଆମ ଦେଶ ଦ୍ୱାରା ପ୍ରସ୍ତୁତ ସମ୍ବିଧାନ ଅନୁଯାୟୀ ଆଚରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ସମ୍ବିଧାନର ଦିଶାଦର୍ଶକ ସିଦ୍ଧାନ୍ତ, ନାଗରିକ ଅଧିକାର ଏବଂ କର୍ତ୍ତବ୍ୟ ଶ୍ରଦ୍ଧା ପୂର୍ବକ ଆଚରଣ କରାଯିବା ଉଚିତ୍ | ଏହି କର୍ତ୍ତବ୍ୟ ସମାଜରେ ଏବଂ ଘରେ ମଧ୍ୟ ଆଲୋଚନା କରାଯିବା ଉଚିତ୍ | ଯାତାୟତର ନିୟମ ପାଳନ, ପରିବେଶ ସୁରକ୍ଷା, ଜଳ ସଞ୍ଚୟ, ବର୍ଜ୍ୟବସ୍ତୁ ପରିଚାଳନା ପରି ଛୋଟ ଛୋଟ ଜିନିଷ ଅନୁସରଣ ବ୍ୟକ୍ତିଗତ ଭାବରେ କରିବା ଆବଶ୍ୟକ |

ସଂଘ ଶତବାର୍ଷିକୀ ଅବସରରେ ସାମାଜିକ ସମରସତା, ପର୍ଯ୍ୟାବରଣ, ପରିବାର ପ୍ରବୋଧନ, ସ୍ବ ଏବଂ ନାଗରିକ କର୍ତ୍ତବ୍ୟ, ଏହି ପାଞ୍ଚ ପରିବର୍ତ୍ତନ ସୂତ୍ର ଆଧାରିତ କାର୍ଯ୍ୟକ୍ରମ ସଂଘ ଚଳାଇବ ।

ଆମ ରାଷ୍ଟ୍ର ପରୋପକାର ପାଇଁ ସୃଷ୍ଟି ହୋଇଛି। ପରମ୍ପରା ଅନନ୍ତ ଅଟେ | ଯେଉଁମାନେ କୁହନ୍ତି ଯେ ସତ୍ୟ ଆମର, ଆମେ ସେପରି ନୋହୁଁ । , ଆମେ ସମସ୍ତଙ୍କ ଉପରେ ଆସ୍ଥା ରଖିଥାଉ | କିନ୍ତୁ ସେଥିପାଇଁ ଯଦି କେହି ଆମର ଦେବତାଙ୍କୁ ଆକ୍ରମଣ କରନ୍ତି ଏବଂ ଜବରଦସ୍ତି ଧର୍ମାନ୍ତରଣ କରନ୍ତି, ତାହା ମଧ୍ୟ ବରଦାସ୍ତ ହେବ ନାହିଁ |

ଭାରତୀୟ ସେନାର ଅବସରପ୍ରାପ୍ତ ଜେନେରାଲ ବି କେ ସିଂ ଏବଂ ଅବସରପ୍ରାପ୍ତ ଜେନେରାଲ ତଥା ପୂର୍ବତନ ସୈନିକ ସେବା ପରିଷଦର ରାଷ୍ଟ୍ରୀୟ ସଭାପତି ବିଷ୍ଣୁକାନ୍ତ ଚାଟୁର୍ବେଦୀ, ସାଜିଦ ୟୁସୁଫ ଶହା ଏବଂ ରାଜୈାରୀ ଯୁବ ମୁଖ୍ୟ ସାମରିନ ଖାନ ଡକ୍ଟର ଭାଗବତ ଜୀଙ୍କୁ ସ୍ୱାଗତ କରିଥିଲେ। ରବୀନ୍ଦ୍ର ଖେର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ବନ୍ଦେମାତରଂମ ସହ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା |

भारतीय सेना के अवकाशप्राप्त जनरल वी.के. सिंह और अवकाशप्राप्त जनरल व पूर्व सैनिक सेवा परिषद के राष्ट्रीय अध्यक्ष विष्णुकांत चतुर्वेदी, साजिद युसुफ शहा व राजौरी के युवा मुखिया सामरीन खान ने डॉ. भागवत जी का स्वागत किया. रविंद्र खरे ने कार्यक्रम का सूत्र संचालन किया. वंदे मातरम् के साथ कार्यक्रम का समापन हुआ.

Leave a Reply